ମାନବିକତା ଦେଖାଇଲେ ଏସ୍‌ପି

ମାନବିକତା ଦେଖାଇଲେ ଏସ୍‌ପି

ଝାରସୁଗୁଡ଼ା: ମାନବିକତା ଦେଖାଇଲେ ଝାରସୁଗୁଡ଼ା ଏସ୍‌ପି ସ୍ମିତ୍‌ ପରମାର ପି। ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲେ। ଗୁରୁବାର ଦିନ ପ୍ରାୟ ୩ଟାରେ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଏକ କାର୍‌ (ଓଆର୍‌ ୧୫ ଆର୍‌ ୩୩୭୯) ଓ ବଲେରୋ(ଓଡି ୨୩ ଜେ ୫୯୨୯) ମୁହାଁମୁହିଁ ଧକ୍କା ହୋଇଥିଲା।

ଏହି ଘଟଣାରେ କାରର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ଥିବା ୩ ଜଣ ମହିଳା  ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ବ୍ରଜରାଜନଗର ଡାନିଏଲ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସ୍ମିତା ଡାନିଏଲ୍‌, ତାଙ୍କ ଝିଅ ସ୍ମିତା ରୁହାମା ପଟ୍ଟନାୟକ ଓ ସ୍ନେହଲତା ପଟ୍ଟନାୟକ ଥିଲେ। ସେହି ସମୟରେ ଏସ୍‌ପି ବ୍ରଜରାଜନଗର ପଟରୁ ଝାରସୁଗୁଡ଼ା ଫେରୁଥିଲେ। ‌ତେବେ ଆମ୍ବୁଲାନ୍ସକୁ ଆଉ ଅପେକ୍ଷା ନକରି ଏସ୍‌ପି ନିଜେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe