୮ ମାସରେ ଜୟପୁର ସଦରଥାନା ୧୧କୋଟିର ଗଂଜେଇ ଓ ୩ କୋଟିର ୫୫ଟି ଗାଡ଼ି ଜବତ, ୧୦୫ଜଣ ଗିରଫ

Advertisment

କୋଟିଏ ଟଙ୍କାର ସଂପତ୍ତି ବ୍ୟାଜପ୍ତି; ୩ମାଉଜର ଜବତ

କୋଟିଏ ଟଙ୍କାର ସଂପତ୍ତି ବ୍ୟାଜପ୍ତି; ୩ମାଉଜର ଜବତ

୮ ମାସରେ ଜୟପୁର ସଦରଥାନା ୧୧କୋଟିର ଗଂଜେଇ ଓ ୩ କୋଟିର ୫୫ଟି ଗାଡ଼ି ଜବତ, ୧୦୫ଜଣ ଗିରଫ

Sambad

ଜୟପୁର: ଗଂଜେଇ ଚାଳାଣର ପ୍ରମୁଖ କରିଡ଼ରରେ ରହିଛି ଜୟପୁର ସହର ଓ ସଦର ଥାନା ଅଂଚଳ। ଜୟପୁର ସଦରଥାନା ପକ୍ଷରୁ ଗତ ୮ ମାସରେ କରୋନା ସଂକ୍ରମଣ ଚାଳିବା ସମୟରେ ୩୫ଟି ମାମଲା ରୁଜୁ କରି ୧୧ ହଜାର ୩୪୪ କିଲୋ ଗଂଜେଇ ଜବତ କରିବା ସହ ୧୦୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଛନ୍ତି। ଏହି ୩୫ଟି ମାମଲାରେ ୩୨ଜଣ ଅଭିଯୁକ୍ତ ବି ଫେରାର ରହିଛନ୍ତି। ଜବତ ଗଂଜେଇର ଅନୁମାନିକ ମୂଲ୍ୟ ୧୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର। ସେ ଗତ ଜୁଲାଇ ୧୬ ତାରିଖ ଦିନ ଜୟପୁର ସଦରଥାନା ଅଧିକାରୀ ଭାବେ ଯୋଗ ଦେଇଥିଲେ। ଏହା ପର ଠାରୁ ନିୟମିତ ବ୍ୟବଧାନରେ ଗତ ୮ ମାସ ହେବ ଗଂଜେଇ ଚାଲାଣକାରୀ, ମାଷ୍ଠର ମାଇଣ୍ଡ ଓ ବିକ୍ରେତା ଆଦି ଧରା ପଡ଼ିଛନ୍ତି। ଏହି କ୍ରମରେ ଲମତାପୁଟ ଅଂଚଳର ଅଭିଯୁକ୍ତ ଦ୍ବୟ ସୁଦର୍ଶନ ପାଣିଗ୍ରାହୀ ଓ ଗୋପିନାଥ ମିର୍କୀଙ୍କର ସଂପତ୍ତି ୯୬ଲକ୍ଷ ଟଙ୍କା ସହ ଗୋଟିଏ ନୂଆ ବଲୋର ଗାଡ଼ି ଏଭଳି କୋଟିଏ ଟଙ୍କାର ସଂପତ୍ତି ବ୍ୟାଜପ୍ତି ହୋଇଛି। ଏଭଳି ଏହି ୩୫ଟି ଗଂଜେଇ ମାମଲାରେ ଚାଳାଣକାରୀ ଅଭିଯୁକ୍ତଙ୍କ ନିକଟରୁ ୧୧ ଲକ୍ଷ ୨୩ ହଜାର ୮୬୯ ଟଙ୍କା, ୧୦୩ଟି ମୋବାଇଲ ବି ଜବତ ହୋଇଛି। ସେଭଳି ୧୫ ଟି ଟ୍ରକ, ୧୪ ଟି ମୋଟର ସାଇକେଲ, ୨ ଟି କଣ୍ଟେନର, ୧୪ ଟି କାର ଓ ୧୦ ଟି ବଲୋର ଏଭଳି ୩କୋଟି ଟଙ୍କାର ଗାଡ଼ି ବି ଜବତ ହୋଇଛି।

publive-image Sambad

ଏଥିରେ ବହୁ ନୂଆ ନୂଅ ମୋଡଲର ନୂଆ ଓପୁରୁଣା ଗାଡ଼ି ବି ରହିଛି। ସେଭଳି ଏହି ମାମଲା ଗୁଡ଼ିକରୁ ୩୨ ଜଣ ଚାଳାଣକାରୀ ବିଭିନ୍ନ ମାମଲାରେ ଫେରାର ବି ହୋଇଛନ୍ତି। ଏହି ଗାଡ଼ି ଗୁଡ଼ିକ ରଖିବା ପାଇଁ ଜୟପୁର ସଦର ଥାନାରେ ସ୍ଥାନାଭାବ ହେବାରୁ ଆମ୍ବାଗୁଡ଼ା ପାଣ୍ଡିରେ ବି ରଖାଯାଇଛି। ଏହା ସହ ଏହାରି ମଧ୍ୟରେ ଗଂଜେଇ ମାମଲା ସହ ଜଡ଼ିତ ଥିବା ୩ ଟି ମାଉଜର ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜୟପୁର ସଦର ପୁଲିସ କୋର୍ଟକୁ ଚାଳାଣ କରିଛି। ଗତ ୮ମାସ ମଧ୍ୟରେ ଜୟପୁର ସଦରଥାନା ପୁଲିସର ଗଂଜେଇ ମାମଲାରେ ସଫଳତାକୁ ନେଇ ଜିଲ୍ଲା ପୁଲିସର ସୁପାରିଶରେ ସଦରଥାନା ଅଧିକାରୀ ଡିଜିପି ଡିସ୍କ ପୁରସ୍କାର ପାଇ ସମ୍ବର୍ଦ୍ଧିତ ହୋଇଛନ୍ତି। ସେଭଳି ଏହି ଥାନାର ‌ହିଁ ସବଇନ୍ସ‌ପେକ୍ଟର ଶିବ ଶଙ୍କର ପଣ୍ଡା ବି ‌ଜିଲ୍ଲାର ଶ୍ରେଷ୍ଟ ସବଇନ୍ସ‌ପେକ୍ଟର ଭାବେ ପୁଲିସ ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଧରା ପଡ଼ିଥିବା ବହୁ ଗଂଜେଇ ଚାଲାଣକାରୀ ଅନ୍ତଃରାଜ୍ୟ ମାଫିଆ ମାନଙ୍କ ସହ ସଂପୃକ୍ତ ଅଛନ୍ତି। ମୁଖ୍ୟ ମାଷ୍ଠର ମାଇଣ୍ଡ ମାନଙ୍କୁ କିଭଳି ଧରା ଯିବ ସେ ଦିଗରେ ବି ପୁଲିସ ପ୍ରଶାସନ ପ୍ରୟାସ କରିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe