ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଧୀନ ନାକଡେଇଁରେ ଶୁକ୍ରବାର ଭାରତୀୟ ଜନତା ପାର୍ଟିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ କଂଗ୍ରେସର ଶତାଧିକ କର୍ମୀ ଯୋଗ ଦେଇଛନ୍ତି। କଂଗ୍ରେସ ପ୍ରତି ଅସନ୍ତୋଷ ଦେଖାଯାଇଥିବା କର୍ମୀମାନେ ଚଳିତ ନିର୍ବାଚନରେ ବୀରମହାରାଜପୁର ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲାଙ୍କୁ ସମର୍ଥନ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ମାଳିପଡ଼ାର ବସୁଦେବ ପଧାନ, ସରୋଜ ପଧାନ, ନାକଡେଇଁର ହରିହର ଗୌନ୍ତିଆ, ସାମନ୍ତ ସେଠୀ, ରସିକ ତରିଆ, ମେଘନାଦର ଦିର୍ଯ୍ୟୁ ଭୋଇ, ଶେଷ ମହାକୁର, ସତ୍ୟ ମହାକୁର, ମଦନ ପଧାନ, ଗୋପାଳ ପଧାନ, ରବି ପଧାନ, ଖେମାଲୋଏର ଶ୍ରୀଧର ବାଘ, ପରଦେଶୀ ବାରିକ, ଡିଲେ ଖେତି, ପିପଲକଟାର ଅନି ଲୁହା, ସତ୍ୟନାରାୟଣ ତରିଆ, ରଣଜିତ ଲୁହା, ସୁରଜିତ ଲୁହା, ମଦନ ଲୁହା, ଚାପଧାରୀ ଲୁହା, ଦେବରାଜ ଲୁହା, ମାଉଲିମାଲର କୃଷ୍ଣ କୁମ୍ଭାର ପ୍ରମୁଖ ଉତ୍ସାହର ସହିତ ବିଜେପିରେ ଯୋଗ ଦେଇଛନ୍ତି। ମିଶ୍ରଣ ପର୍ବରେ ରଘୁନାଥ ଜଗଦଲା, ଉଷା କୁମାରୀ, ରାଧାକାନ୍ତ ମହାକୁର, ରଶ୍ମି ଷଡ଼ଙ୍ଗୀ ଉପସ୍ଥିତ ଥିଲେ।
Follow Us