ଘରକାମ ବିବାଦକୁ ନେଇ ରାଜମିସ୍ତ୍ରୀଙ୍କ ଉପରେ ଆକ୍ରମଣ, ଅଭିଯୁକ୍ତ ଗିରଫ

Advertisment
ଘରକାମ ବିବାଦକୁ ନେଇ ରାଜମିସ୍ତ୍ରୀଙ୍କ ଉପରେ ଆକ୍ରମଣ, ଅଭିଯୁକ୍ତ ଗିରଫ

ଢେଙ୍କାନାଳ: ଆଜି ଢେଙ୍କାନାଳର ମଣ୍ଡପା ସାହି ବସ୍ତିରେ ଏକ ଅଘଟଣ ଘଟିଯାଇଛି । ମଣ୍ଡପା ସାହିର ବିଦ୍ୟାଧର ସାହୁ ନିଜର ଘରକାମ କରୁଥିବା ସମୟରେ ତାଙ୍କର ଜାଗା ବାଡ଼ି ହେତୁ ତାଙ୍କ ଭାଇ ଭାଇ ମଧ୍ୟରେ ମାନମାଳିନ ହୋଇଥିବାରୁ ବିଦ୍ୟାଧର ସାହୁଙ୍କ ଭାଇଙ୍କ ସ୍ତ୍ରୀ ଅଚାନକ ଛାତ ଉପରେ ଥାଇ କାମକରୁଥିବା ରାଜମିସ୍ତ୍ରୀ କେଶବ ଭୁତିଆ ଏବଂ ଦୁଇଜଣ ଲେବରଙ୍କ ଉପରକୁ ଏକ ବଡ ପଥର ଫିଙ୍ଗି ଦେଇଥିଲେ, ଯାହାଦ୍ୱାରାକି କେଶବ ଭୁତିଆଙ୍କ ମୁଣ୍ଡରେ ବାଜି ଗଭୀର କ୍ଷତ ସୃଷ୍ଟି ହୋଇଛି । ସଂଗେ ସଂଗେ ତାଙ୍କୁ ଢେଙ୍କାନାଳର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା । ଘଟଣାଟି ଜାଣିବା ପରେ ଟାଉନ ଥାନା ଅଧିକରିଣୀ ନମିତା ନାୟକ ପହଂଛି ଉକ୍ତ ଅଭିଯୁକ୍ତ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରିବା ସହ ଘଟଣାଟିର ଅନୁସନ୍ଧାନ ଚଳାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe