Times of India
ରାଉରକେଲା : ଘରୋଇ କଳିରୁ ଉଭୟ ପତିପତ୍ନୀଙ୍କ ଜୀବନ ଯାଇଛି। ବେସାହାରା ହୋଇ ପଡିଛନ୍ତି ବାପା ମା’ଛେଉଣ୍ଡ ଦୁଇ କୁନି ଝିଅ। ଏମିତି ଅଭାବନୀୟ ଘଟଣା ଘଟିଛି ଛେଣ୍ଡ କଲୋନିରେ। ଛେଣ୍ଡ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛିଯ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ ବାସନ୍ତୀ କଲୋନିର ସ୍ନିଗ୍ଧା ମହାନ୍ତି ଗତ ୨୦୧୩ ମାର୍ଚ୍ଚରେ ଛେଣ୍ଡ କଲୋନିର ସୁବାସ ଚନ୍ଦ୍ର ମହାନ୍ତିଙ୍କୁ ବିବାହ କରିଥିଲେ। ଗତ ସୋମବାର ରାତିରେ କୌଣସି କଥାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିିପ୍ତ ହୋଇ ସ୍ନିଗ୍ଧା ଦେହରେ କିରାସିନି ଢ଼ାଳି ନିଆଁ ଲଗାଇଥିଲେ। ପତ୍ନୀଙ୍କୁ ଉଦ୍ଧାର କରିବାକୁ ଯାଇ ପତି ସୁବାସ ମଧ୍ୟ ପୋଡି ଯାଇଥିଲେ। ସ୍ନିଗ୍ଧାଙ୍କର ଶରୀରର ୮୦ ପ୍ରତିଶତ ଏବଂ ସୁବାସଙ୍କ ଶରୀର ପ୍ରାୟ ୬୦% ଜଳି ଯାଇଥିଲା। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତିରେ ସ୍ନିଗ୍ଧାଙ୍କର ମୃତ୍ୟୁ ହୋଇଯାଇଥିଲା। ଦିନ ପରେ ଗତକାଲି ରାତିରେ ସୁବାସଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଏଭଳି ଦୁଃଖଦ ଘଟଣାକୁ ନେଇ ଛେଣ୍ଡ କଲୋନିରେ ଶୋକର ଛାୟା ଖେଳିଯାଇଛି।
Follow Us