ଘରୋଇ କଳିରୁ ବିଷ ପିଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ଘରୋଇ କଳିରୁ ବିଷ ପିଇଲେ ସ୍ୱାମୀ ସ୍ତ୍ରୀ । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ବଡ଼ଚଣା ବ୍ଲକ ତଥା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପତରାଜପୁର ଗାଁର ଘଟଣା । 

New Project (1)

Photograph: (Sambad.in)

ଚଣ୍ଡିଖୋଲ: ଘରୋଇ କଳିରୁ ବିଷ ପିଇଲେ ସ୍ୱାମୀ-ସ୍ତ୍ରୀ। ଗୁରୁତର ଅବସ୍ଥାରେ କଟକ ବଡ଼ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ବଡ଼ଚଣା ବ୍ଲକ ତଥା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପତରାଜପୁର ଗାଁର ଘଟଣା। 

ପତରାଜପୁର ଗାଁର ସୁନାକର ବେହେରାଙ୍କ ପୁଅ ଭରତ କୁମାର ବେହେରା (୩୦) ଓ ବୋହୂ କନକଲତା ଦାସ (୨୫) ଆଜି ସକାଳେ କୌଣସି କାରଣରୁ ଘର ଭିତରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଏହାକୁ ସହ୍ୟ କରିନପାରି ପ୍ରଥମେ ପତ୍ନୀ କନକଲତା ଘରେ ଥିବା ଏକ ବିଷ ବୋତଲକୁ ପିଇ ଦେଇଥିଲେ। ଏହାକୁ ଦେଖି ସ୍ୱାମୀ ଭରତ ମଧ୍ୟ ସେହି ବୋତଲରେ ଥିବା ଅବଶିଷ୍ଟ ବିଷକୁ ପିଇ ଦେଇଥିଲେ। ଫଳରେ ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ଉଭୟଙ୍କର ଚିକିତ୍ସା ପାଇଁ ପ୍ରଥମେ ମାହାଙ୍ଗା ମେଡ଼ିକାଲରେ ଭର୍ତ୍ତି କରିଥିଲେ।

ସୂଚନା ମୁତାବକ, ପତରାଜପୁର ଗାଁର ସୁନାକର ବେହେରାଙ୍କ ପୁଅ ଭରତ କୁମାର ବେହେରା (୩୦) ଓ ବୋହୂ କନକଲତା ଦାସ (୨୫) ଆଜି ସକାଳେ କୌଣସି କାରଣରୁ ଘର ଭିତରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଏହାକୁ ସହ୍ୟ କରିନପାରି ପ୍ରଥମେ ପତ୍ନୀ କନକଲତା ଘରେ ଥିବା ଏକ ବିଷ ବୋତଲକୁ ପିଇ ଦେଇଥିଲେ। ଏହାକୁ ଦେଖି ସ୍ୱାମୀ ଭରତ ମଧ୍ୟ ସେହି ବୋତଲରେ ଥିବା ଅବଶିଷ୍ଟ ବିଷକୁ ପିଇ ଦେଇଥିଲେ। ଫଳରେ ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ଉଭୟଙ୍କର ଚିକିତ୍ସା ପାଇଁ ପ୍ରଥମେ ମାହାଙ୍ଗା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ  ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। 

ସୂଚନା ଅନୁଯାୟୀ ଉଭୟ ଭରତ ଓ କନକଲତା ଗତ ବର୍ଷକ ପୂର୍ବରୁ ପ୍ରେମ ବିବାହ କରିଥିଲେ। 

Jajpur | Odisha

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe