ଚରିତ୍ର ସନ୍ଦେହରେ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା, ସ୍ବାମୀ ଗିରଫ

Advertisment
ରାତିଅଧରେ ମହିଳାଙ୍କୁ ଘରୁ ଟେକି ନେଇ ହତ୍ୟା !

ଧଉଳି: ଧଉଳି ଥାନା ଅଧୀନ ସରଦେଇପୁର ଭାର୍ଗବୀ ବିହାର ଅଞ୍ଚଳରେ ଚରିତ୍ରକୁ ସନ୍ଦେହ କରି ଜଣେ ଯୁବକ ପତ୍ନୀକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ବାମୀ ହେଲେ ପପୁ ଓରଫ ଦେବାଶିଷ ମହାନ୍ତି(୨୫) ଧଉଳି ଥାନା ପୁଲିସ ପପୁକୁ ଗିରଫ କରି ପଚରାଉଚରା କରୁଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଆସନ୍ତାକାଲି ପପୁକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ମୃତ ମହିଳା ଲକ୍ଷ୍ମୀ ନାୟକ(୨୩)ଙ୍କ ମୃତଦେହ ପୁଲିସ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଭଉଣୀଙ୍କୁ ହତ୍ୟା କରାଯାଇଥିବା ସଂପର୍କରେ ଲକ୍ଷ୍ମୀଙ୍କ ବଡ଼ଭାଇ ଗୋବିନ୍ଦ ନାୟକ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଗୋବିନ୍ଦଙ୍କ ଅଭିଯୋଗ ଆଧାରରେ ଥାନାରେ ନଂ ୧୬୭/୧୦ ରେ ବିଭିନ୍ନ ଦଫାରେ ଏସଂପର୍କିତ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ସୂଚନା ଅନୁସାରେ ପପୁଙ୍କ ନିଜ ଘର ନୟାଗଡ଼। ହେଲେ ସେ ସରଦେଇପୁର ଭାର୍ଗବୀବିହାର ଅଞ୍ଚଳରେ ରହି ରାଜମିସ୍ତ୍ରୀ କାମ କରନ୍ତି । ଗତ ଜାନୁଆରୀ ମାସରେ ପ୍ରସନ୍ନ ମହାନ୍ତିଙ୍କ ପୁଅ ପପୁ ମୟୁରଭଞ୍ଜ ଉଦଳା ଥାନା ଅଞ୍ଚଳର ଲକ୍ଷ୍ମୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ମାତ୍ର କିଛିଦିନ ପର୍ଯ୍ୟନ୍ତ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ସବୁ ଠିକଠାକ ଚାଲିଥିଲା। ଏହାପରେ ମନୋମାଳିନ୍ୟ ମତାନ୍ତର ଉପୁଜୁଥିଲା। ପୁଲିସର କହିବାନୁଯାୟୀ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ଦେଖାଶିଖା କରି ଲକ୍ଷ୍ମୀଙ୍କୁ ଗାଳିମନ୍ଦ କରୁଥିଲେ। ବିରୋଧ କଲେ ଉତକ୍ଷିପ୍ତ ହୋଇ ଲକ୍ଷ୍ମୀଙ୍କୁ ମାରପିଟ କରୁଥିଲେ। ବିଶେଷ କରି ଲକ୍ଷ୍ମୀଙ୍କ ଚରିତ୍ରକୁ ସନ୍ଦେହ କରି ପପୁ ତାଙ୍କୁ ମାରପିଟ କରୁଥିବା ଜଣାପଡ଼ିଛି। ଗତକାଲି ସଂଧ୍ୟାରେ ଏନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଉଗ୍ରରୂପ ନେଇଥିଲା।

ଚରିତ୍ରକୁ ଆକ୍ଷେପ କରି ଲକ୍ଷ୍ମୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଲକ୍ଷ୍ମୀ ପାଲଟା ବିରୋଧ କରିବାରୁ ପପୁ ତାଙ୍କୁ ମାଡ଼ ମାରି ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଗଣ୍ଡଗୋଳ ସମୟରେ ତାଙ୍କ ଘରକୁ ବୁଲିବାକୁ ଆସିଥିବା ସଂପର୍କୀୟ ନିକଟରେ ରହୁଥିବା ଲକ୍ଷ୍ମୀଙ୍କ ବଡ଼ ଭଉଣୀ ଏବଂ ଭିଣୋଇଙ୍କୁ ଫୋନ କରି ଜଣାଇଥିଲେ। ଖବର ପାଇ ମୃତ ଲକ୍ଷ୍ମୀଙ୍କ ଭଉଣୀ, ଭିଣୋଇ ଏବଂ ଭାଇ ପହଞ୍ଚିଥିଲେ। ହେଲେ ସେତେବେଳକୁ ଲକ୍ଷ୍ମୀଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ଖବର ପାଇ ପରେ ଧଉଳି ଥାନା ପୁଲିସ ସେଠାରେ ପହଞ୍ଚିଥିଲା। ଲକ୍ଷ୍ମୀଙ୍କୁ ପୁଲିସ ପରିବାର ଲୋକଙ୍କ ସହାୟତାରେ ଲକ୍ଷ୍ମୀଙ୍କୁ କ୍ୟାପିଟାଲ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe