ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀ ଗିରଫ

Advertisment
ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀ ଗିରଫ

ଜଗତସିଂହପୁର ଟାଉନ୍‌: ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ଜଗତସିଂହପୁର ଥାନା ଅନ୍ତର୍ଗତ କୋରତଳର ଶୁକଦେବ ଦାସଙ୍କୁ ପୁଲିସ୍‌ ଆଜି ଗିରଫ କରିଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଚଳାଇଛି।
ଅଭିଯୋଗ ମୁତାବକ, କୌଣସି କାରଣରୁ ଦୁଇଦିନ ତଳେ ଶୁକଦେବ ସ୍ତ୍ରୀ ଶାରଳା ଦାସଙ୍କୁୁୁୁୁୁୁୁୁୁୁୁୁୁୁୁୁ ମାଡ଼ ମାରିଥିଲେ। ଆକ୍ରମଣରେ ଶାରଳାଙ୍କ ଡାହାଣ ଗୋଡ଼ ଭାଙ୍ଗିଯିବା ସହ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀ କୈଳାସ ଦାସ ସେଠାରେ ପହଞ୍ଚିବାରୁ ଶୁକଦେବ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏବେ ସ୍ତ୍ରୀ ଶାରଳା ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଶାରଳାଙ୍କ ଭାଇ ପ୍ରମୋଦ ଦାସ ଥାନାରେ ଅଭିଯୋଗକ୍ରମେ ଏକ ମାମଲା (କେସ୍‌ ନଂ-୨୭୧) ରୁଜୁ କରାଯାଇଥିଲା। ପରେ ଅଭିଯୁକ୍ତଙ୍କୁ ଏକ ଚତୁର୍ଥପ୍ରହର ନାମଯଜ୍ଞରୁ ପୁଲିସ୍‌ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe