ବାଲେଶ୍ୱର: ରୋଗାକ୍ରାନ୍ତ ପତ୍ନୀଙ୍କୁ କାନ୍ଧରେ ବୋହି ଭିକ୍ଷା ବୃତ୍ତି କରୁଛନ୍ତି ସ୍ୱାମୀ

Advertisment
ବାଲେଶ୍ୱର: ରୋଗାକ୍ରାନ୍ତ ପତ୍ନୀଙ୍କୁ କାନ୍ଧରେ ବୋହି ଭିକ୍ଷା ବୃତ୍ତି କରୁଛନ୍ତି ସ୍ୱାମୀ

ବାଲେଶ୍ୱର: ରୋଗାକ୍ରାନ୍ତ ପତ୍ନୀଙ୍କୁ ଭଲ କରିବା ପାଇଁ ସର୍ବସ୍ୱ ସାରିଦେଲେଣି। କଟକ ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ଯାଇ ଯାଇ ନୟାନ୍ତ ହୋଇ ସାରିଲେଣି। କରୋନା ପ୍ରଭାବରେ ଏବେ କେଉଁଠି କିଛି କାମ ମିଳୁ ନଥିବା ବେଳେ ବଞ୍ଚିବା ପାଇଁ ପାଖରେ ଅର୍ଥ ନଥିବାକୁ ଏପଟେ ରୋଗାକ୍ରାନ୍ତ ପତ୍ନୀଙ୍କୁ କାନ୍ଧରେ ବୋହି ଜଣେ ବ୍ୟକ୍ତି  ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ସହରର ଫାଣ୍ଡି ଛକରେ ଆଜି ଦି’ପହର ବେଳେ ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ବସବାସ କରୁଥିବା ଶମ୍ଭୁ ନାୟକଙ୍କୁ ଏନେଇ ପଚାରିବାରୁ ସେ କହିଥିଲେ ଯେ, ଦୀର୍ଘଦିନ ଧରି ତାଙ୍କ ପତ୍ନୀ ଦୀପା ନାୟକଙ୍କ ଗୋଡ଼ ଦୁଇଟି ଅଚଳ ହୋଇଯାଇଛି। ବିଛଣାରୁ ମଧ୍ୟ ଉଠି ପାରୁନାହାନ୍ତି। ତାଙ୍କୁ ଭଲ କରିବା ପାଇଁ ସେ ସର୍ବସ୍ୱ ହରାଇ ସାରିଲେଣି। ଯୁଆଡେ ବି ଯାଉଛନ୍ତି ଏଥିପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ କହି ଡାକ୍ତର ଫେରାଇ ଦେଉଥିବା ସେ କହିଛନ୍ତି। ତେବେ ନିକଟରେ ସେ ତାଙ୍କ ପତ୍ନୀଙ୍କୁ କଟକ ବଡ଼ ଡ଼ାକ୍ତରଖାନା ନେଇ ଯାଇଥିବା ବେଳେ ସେଠାରେ କିଛି ସୁଫଳ ମିଳି ନଥିଲା। ଡାକ୍ତର ଫେରାଇ ଦେବା ପରେ କଟକରୁ ସେ ସିଧା ବାଲେଶ୍ୱର ଆସି ଫକୀରମୋହନଗୋଲେଇ ସ୍ଥିତ ଓଭରବ୍ରିଜ ତଳେ ଆଶ୍ରୟ ନେଇଛନ୍ତି ।

publive-image

ଫାଣ୍ଡିଛକ, ଆନନ୍ଦ ବଜାରଛକ, କଚେରୀ ପରିସର ଆଦି ଆଖପାଖ ଅଞ୍ଚଳରେ ବୁଲି ବୁଲି ଅର୍ଥ ଓ ଖାଦ୍ୟ ମାଗି ଚଳୁଛନ୍ତି। ତେବେ ଅଜଣା ଅଚିହ୍ନା ଜାଗାରେ ପତ୍ନୀଙ୍କୁ ଛାଡ଼ି ନଯିବା ପାଇଁ ସେ ତାଙ୍କୁ କେତେବେଳେ କାନ୍ଧରେ ତ କେତେବେଳେ କାଖରେ ବୋହି ପତି ଧର୍ମ ପାଳନ କରୁଥିବା କହିଛନ୍ତି।  ଅନ୍ୟପକ୍ଷରେ ତାଙ୍କୁ କୌଣସି ସରକାରୀ ସହାୟତା ମିଳୁ ନଥିବା ବେଳେ ଭଦ୍ରକ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe