ବାଇକ୍-ପିକ୍‌ଅପ୍ ଭ୍ୟାନ ଧକ୍କା; ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

Advertisment
ଭଞ୍ଜନଗର ଉପଖଣ୍ଡରେ ସଚେତନତା ସ‌ତ୍ତ୍ବେ ଦୁର୍ଘଟଣାରେ ୩ ବର୍ଷରେ ୧୮୬ ମୃତ

Patrika

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ସୁନାମୁଦି ଗ୍ରାମ ନିକଟରେ ବାଇକ୍ ଓ ପିକ୍ଅପ୍ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଆରୋହୀ ସୁନାମୁଦି ଗ୍ରାମର ସାଧୁ ସେଠଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ତାଙ୍କ ସ୍ତ୍ରୀ ପୂର୍ଣ୍ଣବାସୀ ସେଠ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବଲାଙ୍ଗୀର ଭୀମ‌ଭ‌ୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପ୍ରକାଶ ଯେ, ପାଟଣାଗଡ଼ ବ୍ଲକ ସୁନାମୁଦି ଗାଁର ସାଧୁ ଓ ତାଙ୍କ ସ୍ତ୍ରୀ ପୂର୍ଣ୍ଣବାସୀ ବାଇକ୍ (ଓଡି ୩୧ ଜି ୩୧୩୫) ଯୋଗେ କୌଣସି କାମରେ ଗ୍ରାମ ବାହାରକୁ ଯାଇଥିଲେ। କାମ ସାରି ଫେରୁଥିବା ସମୟରେ ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ପିକ୍ଅପ୍ ଭ୍ୟାନ୍ (ଓଡି ୦୩ ସି ୭୪୭୪) ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ପିକ୍ଅପ୍ ଭ୍ୟାନର ଚାଳକ ପାଟଣାଗଡ଼ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ପାଟଣାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe