ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା; ସ୍ବାମୀ ମୃତ, ପତ୍ନୀ ଗୁରୁତର

Advertisment
ଦୁର୍ଘଟଣାଜନିତ ମୃତ୍ୟୁ ସହାୟତାରେ ବି ପାତରଅନ୍ତର: ସଡ଼କ ଦୁର୍ଘଟଣାରେ ମଲେ ମିଳୁନି ସହାୟତା

ରାଉରକେଲା: ଆଜି ସଂଧ୍ୟାରେ ରାଉରକେଲା-ବନ୍ଧମୁଣ୍ଡା ମୁଖ୍ୟ ରାସ୍ତାର ଉତ୍ତମବସ୍ତି ନିକଟରେ ଅଟୋ-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍‌ ଆରୋହୀ ରମେଶ ସେଠୀ (୪୬)ଙ୍କର ମୃତ୍ୟୁ ହୋଇଛି। ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)କୁ ପଠାଇଯାଇଛି। ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଅଟୋ ଚାଳକ ଫେରାର ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ ରମେଶ ପତ୍ନୀ ଓ ପିଲା ମୋଟରବାଇକ୍‌ରେ ବନ୍ଧମୁଣ୍ଡାରୁ ରାଉରକେଲା ଆସୁଥିଲେ। ଉତ୍ତମବସ୍ତି ରାମଟୋଲି ନିକଟରେ ରାଉରକେଲା ଆଡୁ ଆସୁଥିବା ଏକ ସହ ମୁହାଁମୁହିଁ ଧକ୍କା ‌ହୋଇଥିଲା। ଅଟୋଟି ଦ୍ରୁତ ଗତିରେ ଥିବାରୁ ଘଟଣାସ୍ଥଳରେ ରମେଶଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀ ଗୁରୁତର ହୋଇଥିଲେ। ରମେଶଙ୍କ ୪ ବର୍ଷର ଶିଶୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ଲୋକ ରମେଶଙ୍କ ପତ୍ନୀଙ୍କୁ ଉଦ୍ଧାର କରି ଆର୍‌ଜିଏଚ୍‌କୁ ପଠାଇଥିଲେ। ଶିଶୁଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe