ବଧୂହତ୍ୟା ଅଭିଯୋଗ‌ରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ, ପୂର୍ବରୁ ସଜା ‌ଭୋଗୁଛନ୍ତି ଶଶ୍ବର ଓ ଶାଶୁ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଯାଜପୁର: ବିବାହର ମାତ୍ର ୩ ମାସ ପରେ ବୋହୂକୁ ଯୌତୁକ ପାଇଁ  ହତ୍ୟା କରାଯାଇଥିବା ଅଭିଯୋଗରେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଜ୍ଞାନେନ୍ଦ୍ର ବାରିକ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ  ରାୟ ଶୁଣାଇଛନ୍ତି।

ସୂଚନା ଅନୁସାରେ  ବିଂଝାରପୁର ଥାନା  ଟିଣା ଗ୍ରାମର ନିରଂଜନ ବେହୁରିଆଙ୍କ ଝିଅ ସ୍ମିତାଶ୍ରୀ  ୨୦୧୩ ଜାନୁଆରି ୩୦ ତାରିଖରେ ଉକ୍ତ ଥାନା ଓଳେଇଚନ୍ଦନପୁର ଗ୍ରାମର ପ୍ରଫୁଲ ସାମଲଙ୍କ ପୁଅ ଦେବଦତ୍ତ ସାମଲଙ୍କୁ ବିବାହ କରିଥିଲେ। ତେବେ ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିବା ବେଳେ ଶାଶୁ ଘର ଲୋକ ଅଧିକ ‌ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ।

ତେବେ ୨୦୧୩ ମେ ୯ ତାରିଖ ରାତିରେ ବୋହୂକୁ ଶାଶୁ, ଶଶୁର ଓ ସ୍ବାମୀ କିରାସିନ ଢ଼ାଳି ହତ୍ୟା କରିଥିଲେ। ଏନେଇ ବିଂଝାରପୁର ପୁଲିସ ପକ୍ଷରୁ କେସ ନଂ ୧୦୪/୧୩ ଦଫା ୪୯୮(ଏ), ୩୦୨, ୩୦୪(ବି),୪୦୬ରେ ମାମଲା ରୁଜୁ କରାଯାଇ ଶାଶୁ ଶଶିକଳା ସାମଲ ଓ ଶ୍ବଶୁର ପ୍ରଫୁଲ ସାମଲଙ୍କୁ ଗିରଫ କରାଯାଇଥିବା ବେଳେ ସ୍ବାମୀ ଫେରାର ହୋଇଯାଇଥିଲେ।  ‌

ଏହି ଘଟଣାରେ ମାନ୍ୟବର  କୋର୍ଟ  ୨୦୧୫ ଡିସେମ୍ବର ୧୮ ତାରିଖରେ ଶାଶୁ ଓ ଶ୍ବଶୁରଙ୍କୁ ଆଜୀବନ ସଜାର ରାୟ ଦେଇଥିବା ବେଳେ ସେମାନେ ଚୌଦାର ଜେଲରେ ବିଚାରଧୀନ କଏଦୀ ଭାବେ ରହିଛନ୍ତି। ତେବେ ୨୦୧୫ ମସିହାରେ  ସ୍ବାମୀ କୋର୍ଟରେ ଆତ୍ମସମର୍ପଣ କରିଥିବା ବେଳେ ଆଜି ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି  ମାନ୍ୟବର ଜଜ୍ ଶ୍ରୀ ବାରିକ ସ୍ବାମୀ ଦେବଦତ୍ତଙ୍କୁ  ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କାର ଜରିମାନା ରାୟ ଶୁଣାଇଛନ୍ତି। ସରକାରୀ  ଓକିଲ  ରାଜେନ୍ଦ୍ର ପ୍ରସାଦ ନାୟକ ଏହି ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe