ସ୍ତ୍ରୀକୁ ପଥରରେ ଛେଚି ହତ୍ୟାକଲା ସ୍ୱାମୀ

ସ୍ତ୍ରୀକୁ ପଥରରେ ଛେଚି ହତ୍ୟାକଲା ସ୍ୱାମୀ

କୋଲାବିରା: କୋଲାବିରା ଥାନା ଗୁଛାପାଳି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଛି ସ୍ବାମୀ।

ସୂଚନା ମୁତାବକ, ଗୁଛାପାଳି ଗାଁର ରମେଶ ଡନ୍ସନା (୨୮) ସୋମବାର ଅପରାହ୍ନରେ ଘରେ ପହଞ୍ଚି ସ୍ତ୍ରୀ ସହ ଝଗଡ଼ା କରିଥିଲା। ସାମାନ୍ୟ କଥାକୁ ନେଇ ଝଗଡ଼ା ବଢ଼ିବା ପରେ ରାଗରେ ରମେଶ ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ମୁଣ୍ଡରେ ପ୍ରଵଳ ରକ୍ତସ୍ରାବ ହେତୁ ସ୍ତ୍ରୀ ସୁନୀତା ଡନ୍ସନା (୨୪)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ରମେଶକୁ ଗାଁ ଲୋକେ ଅଟକ ରଖି ପୁଲିସକୁ ଖଵର ଦେଇଥିଲେ। ଖବର ପାଇ କୋଲାବିରା ପୁଲିସ ଶବ ଜଵତ କରିବା ସହ ଅଭିଯୁକ୍ତ ରମେଶକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe