ବଲାଙ୍ଗୀର: ପତ୍ନୀଙ୍କୁ  ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

Advertisment
ବଲାଙ୍ଗୀର: ପତ୍ନୀଙ୍କୁ  ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ମର୍‌ଲାଡ଼ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଆଜି ପାହାନ୍ତିଆରୁ ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ କଟୁରିରେ ହାଣି ହତ୍ୟା କରିବା ପରେ ନିଜେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗତମାସରେ ସମାନ ଢ଼ଙ୍ଗରେ କଣ୍ଟାବାଞ୍ଝିି ଥାନା ଅଞ୍ଚଳରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ଖବର ପାଇ ପୁଲିସ ମରଲାଡ଼ ଗାଁରେ ପହଞ୍ଚି ମୃତଦେହ ଦୁଇଟି ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମରଲାଡ୍‌ ଗ୍ରାମର ଭୋଜରାଜ ଜାନୀ(୫୦ ବର୍ଷ)ଙ୍କର ଗତ କିଛି ଦିନ ହେବ ମାନସିକ ବିକୃତି ଦେଖାଦେଇଛି। ଏଥିପାଇଁ ତାଙ୍କର ଡାକ୍ତରୀ ଚିକିତ୍ସା ମଧ୍ୟ ଚାଲିଛି। ତେବେ ଗତକାଲି ରାତିରେ ପରିବାର ଲୋକେ ଖାଇ ପିଇ ଶୋଇଥିଲେ। ଆଜି ଭୋରରୁ ଭୋଜରାଜ ଉଠିପଡ଼ି ଘରେ ଥିବା ଏକ କଟୁରିରେ ତାଙ୍କ ପତ୍ନୀ କୁମୁଦିନୀ ଜାନିଙ୍କ ବେକକୁ ହାଣି ହତ୍ୟା କରିଥିଲେ। ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜେ ଭୋଜରାଜ ମଧ୍ୟ ସେହି ଘର ଭିତରେ ଏକ ଲୁଗାରେ ଫାଶି ଲଗାଇ ସେଥିରେ ଝୁଲିପଡ଼ିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe