ସ୍ତ୍ରୀକୁ ବାଡେଇ ବାଡେଇ ମାରି ଦେଲା ସ୍ୱାମୀ

Advertisment
ବେକରେ ଲୁଙ୍ଗି ଗୁଡ଼ାଇ ପତ୍ନୀଙ୍କୁ ହତ୍ୟା କଲା ପରେ ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ

Auntyflo.com

ଉଦଳ: ଉଦଳା ଥାନା ନାବରା ବିସ୍ଥାପିତ କଲୋନୀର ପାରିବାରିକ କଳହକୁ କେନ୍ଦ୍ର କରି ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀକୁ ବାଡେଇ ବାଡେଇ ସ୍ୱାମୀ ମାରି ଦେଇଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ତେବେ ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକ ନାମ ବାସନ୍ତୀ ହୋ ହୋଇଥିବା ବେଳେ ଅଭିଯୁକ୍ତ ନାମ ରାସାଇ ହୋ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଉଦଳା ଥାନା ନାବରା ବିସ୍ଥାପିତ କଲୋନୀରେ ରାସାଇ ହୋ ଓ ବାସନ୍ତୀ ହୋ ଦମ୍ପତ୍ତି ବସବାସ କରନ୍ତି। ଆଜି ସକାଳେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରାସାଇ ହୋ ପତ୍ନୀ ବାସନ୍ତୀଙ୍କୁ ବାଡେଇବାକୁ ଲାଗିଥିଲା। ବାସନ୍ତୀ ଆହୁରି ଯୁକ୍ତି କରିବାରୁ ସ୍ୱାମୀ ରାସାଇ ହୋ ରାଗି ଯାଇ କିଛି ନବୁଝି ନଶୁଣି ପତ୍ନୀଙ୍କୁ ବାଡେଇ ବାଡେଇ ମାରି ଦେଇଥିଲା। ପତ୍ନୀ ମାରିଯିବା ଜାଣିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ସ୍ୱାମୀ। ପରେ ଘଟଣାସମ୍ପର୍କରେ ପାଖପଡିଶା ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ଉଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe