ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା; ଘର ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର

ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା; ଘର ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ସ୍ତ୍ରୀକୁ ହତ୍ୟା କରି ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ସ୍ବାମୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଦମକୁଡା ଗାଁରେ। ଘରୋଇ କଳହ ଯୋଗୁଁ ଏପରି ଘଟଣା ଘଟିଥିବା ପୁଲିସ ସନ୍ଦେହ କରୁଛି ।

ଦମକୁଡ଼ା ଗାଁର ହେମନ୍ତ ଦଣ୍ଡସେନା ଓ ତା ସ୍ତ୍ରୀ ବର୍ଷେ ପୂର୍ବେ ବାହା ହୋଇଥିଲେ। ହେମନ୍ତ ଗୋଆ ଦାଦନ ଖଟିବାକୁ ଯାଇ ହୋଲି ବେଳକୁ ଘରକୁ ଫେରିଥିବା ବେଳେ ସ୍ତ୍ରୀ ଶାଶୂ ଏବଂ ନଣନ୍ଦଙ୍କ ସହିତ ରହୁଥିଲା। ହେମନ୍ତ ଘରକୁ ଫେରିବା ପରେ ସ୍ବାମୀ ସ୍ତ୍ରୀ ପରିବାରଠାରୁ ଅଲଗା ହୋଇ ରହୁଥିଲେ। ଗତକାଲି କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ହେମନ୍ତ ରାଗରେ ସ୍ତ୍ରୀ ଶୋଇଥିବା ବେଳେ ତକିଆରେ ଚିପି ତାକୁ ହତ୍ୟା କରି ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ରାତିରେ ଏ ସଂପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳ‌ରେ ପହଞ୍ଚି ଘଟଣାର ତଦନ୍ତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe