ବଲାଙ୍ଗୀର: ପଥରରେ ଛେଚି ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ, ଥାନାରେ ଅଟକ

ବଲାଙ୍ଗୀର: ପଥରରେ ଛେଚି ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ, ଥାନାରେ ଅଟକ

ବଲାଙ୍ଗୀର: ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ଟିକରାପଡ଼ା ଛକରେ ଆଜି ସକାଳେଶ୍ରୀନିବାସ ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି। ପୁଲିସ ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ଟିକରପଡ଼ା ଛକରେ ରହୁଥିବା ଶ୍ରୀନିବାସ ସାହୁ ତାଙ୍କ ପ୍ରଥମ ପତ୍ନୀଙ୍କୁ ମାରଧର କରିବାରୁ ସେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ପରେ ଶ୍ରୀନିବାସ ଜୟଶ୍ରୀ ସାହୁଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତେବେ ଆଜି ସକାଳୁ କୌଣସି କାରଣରୁ ଉତ୍ୟକ୍ତ ହୋଇ ଶ୍ରୀନିବାସ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଜୟଶ୍ରୀଙ୍କ ରକ୍ତ ଜୁଡ଼ୁବୁଡ଼ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe