ଭଦ୍ରକ: ସ୍ୱାମୀଙ୍କ ଗୁଳିରେ ସ୍ତ୍ରୀର ମୃତ୍ୟୁ

Advertisment
ଭଦ୍ରକ: ସ୍ୱାମୀଙ୍କ ଗୁଳିରେ ସ୍ତ୍ରୀର ମୃତ୍ୟୁ

ଭଦ୍ରକ: ଆଜି ସକାଳେ ଭଦ୍ରକ ଟାଉନ ଥାନା ଅଞ୍ଚଳରେ ଭଡ଼ା ଘର ନେଇ ରହୁଥିବା ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ସ୍ୱରମୀଙ୍କୁ ଗିରଫ କରିଛି।

publive-image
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଧୁଷୁରୀ ଥାନା ଅର୍ଜୁନପୁର ଗାଁର ଗୌତମ ପୁହାଣ (୩୨ ବର୍ଷ) ଟାଉନଥାନା ଅନ୍ତର୍ଗତ ଡାହାଣିଗାଡ଼ି ଅଞ୍ଚଳରେ ଭଡ଼ା ଘର ନେଇ ସପରିବାର ରହୁଥିଲେ। ତେବେ ଆଜି ପାରିବାରିକ କଳହରୁ ଉତ୍ତ୍ୟକ୍ତ ହୋଇ ଶ୍ରୀ ପୁହାଣ ପତ୍ନୀ ଅନ୍ନପୂର୍ଣ୍ଣା(୨୭ ବର୍ଷ)ଙ୍କ ଉପରକୁ ଗୁଳି ଚଳାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଅନ୍ନପୂର୍ଣ୍ଣାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe