କଲ୍ୟାଣସିଂହପୁର: କାନ୍ଥ ପଡ଼ି ସ୍ୱାମୀସ୍ତ୍ରୀ ମୃତ

କଲ୍ୟାଣସିଂହପୁର: କାନ୍ଥ ପଡ଼ି ସ୍ୱାମୀସ୍ତ୍ରୀ ମୃତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଅନ୍ତର୍ଗତ ଶୁଳିପଦର ଗାଁରେ କାନ୍ଥ ପଡ଼ି ଜଣେସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ କାନ୍ଥତଳୁ ଉଦ୍‌ଦାର କରାଯାଇଛି। ଆହତ ପୁଅଙ୍କୁ କାନ୍ଥ ତଳୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ  କଲ୍ୟାଣସିଂହପୁର ଡାକ୍ତରଖାନାକୁ ପଠାଯାଇଛି।

publive-image

ମିଳିଥିବା ସୂଚନାରୁ ପ୍ରକାଶ ଯେ, କଲ୍ୟଣସିଂହପୁର ଥାନା ଅନ୍ତର୍ଗତ ଶୁଳିପଦର ଗାଁର ମାଧବ ଲୟ(୬୦ ବର୍ଷ) ଓ ତାଙ୍କ ପତ୍ନୀ ଯଶୋଦା ଲୟ(୫୫ ବର୍ଷ) ଓ ତାଙ୍କ ଯୁବକ ପୁଅ  ଘରେ ଶୋଇଥିବା ବେଳେ ହଠାତ ପ୍ରବଳ ବର୍ଷରେ ଭିଜି ଯାଇଥିିବା ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ କାନ୍ଥ ତଳେ ଚାପି ହୋଇ ଘଟଣାସ୍ଥଳରେ  ମାଧବ ଲୟଙ୍କର ମୃତ୍ୟୁ ଘଟିଛି। ତେବେ କାନ୍ଥ ପଡ଼ି ତାଙ୍କ ପତ୍ନୀ ଯଶୋଦା ଲୟ ମଧ୍ୟ ମୃତ୍ୟୁବରଣ କରିଥିବା କୁହାଯାଉଥିଲା। ମାତ୍ର ୧୦୮ ଆମ୍ବୁଲାନ୍ସରେ ଥିବା ଫାମ;ର୍ାସିଷ୍ଟ ଯଶୋଦା ବଞ୍ଚିଥିବା  କହିବା ପରେ ତାଙ୍କୁ ଆମ୍ବୁଲାନ୍ସରେ  କଲ୍ୟାଣସିଂହପୁର ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଯଶୋଦାଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିବା  ଜିଲ୍ଲା ଜରୁରୀକାଳୀନ ଅଧିକାରୀ ବବିତା ରାଣୀ ଦଳବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe