ମାଛ ବେପାରୀଙ୍କ ଉପରେ ମାଡ଼ିଗଲା ହାଇୱା

Advertisment
ମାଛ ବେପାରୀଙ୍କ ଉପରେ ମାଡ଼ିଗଲା ହାଇୱା

ପାରାଦୀପ: ମାଛ ବେପାର କରିବାକୁ ଯାଉଥିବାବେଳେ ବେପାରୀଙ୍କ ଉପରେ ମାଡ଼ିଗଲା ହାଇୱା | ପାରାଦୀପ ଟର୍ମିନାଲ ଛକ ନିକଟରେ ଆଜି ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ମାଛ ବେପାରୀ ମନୋରଞ୍ଜନ ମଣ୍ଡଳ ନିଜ ସାଇକେଲ ମାଧ୍ୟମରେ ବ୍ୟବସାୟ କରିବାକୁ ବାଲିପ୍ଲଟରୁ ମାଛ ଆଣି ଫେରୁଥିବାବେଳେ ଏକ ହାଇୱା ତାଙ୍କ ଉପରେ ପଛପଟୁ ଚଢି ଯାଇଥିଲା | ଆଉ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା | ପୁଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe