ଜାତୀୟ ରାଜପଥ ଉପରେ ତୁଷୁରା ଆଇଆଇସିକୁ ମାଡ଼ ମାରିଲେ ଉତ୍ତେଜିତ ଜନତା

Advertisment
ଜାତୀୟ ରାଜପଥ ଉପରେ ତୁଷୁରା ଆଇଆଇସିକୁ ମାଡ଼ ମାରିଲେ ଉତ୍ତେଜିତ ଜନତା

ଦେଓଗାଁ: ୨୬ ନମ୍ବର ଜାତୀୟ ରାଜପଥ ବଲାଙ୍ଗୀର-ଦେଓଗାଁ ରାସ୍ତା ଉପରେ ଥିବା ସୋନଗଡ଼ ନଦୀ ଉପରେ ଆଜି ଜଣେ ପୁଲିସ ଅଧିକାରୀଙ୍କୁ ଉତ୍ତେଜିତ ‌ଲୋକେ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ମାଡ଼ ଖାଇଥିବା ପୁଲିସ କର୍ମଚାରୀ ଜଣକ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଧିକାରୀ ଶଶୀ ଭୂଷଣ ମିଶ୍ର ବୋଲି ଆଲୋଚନା ହେଉଛି। ଏନେଇ ଦେଓଗାଁ ପୁଲିସ ମାଡ଼ ଖାଇଥିବା ପୁଲିସକୁ ଉଦ୍ଧାର କରି ଅଧିକ ତଦନ୍ତ କରୁଛି।

ସୂଚନା ଅନୁସାରେ ସାଦା ପୋଷାକରେ ଥିବା ଦୁଇ ଜଣ ନିଶାଶକ୍ତ ପୁଲିସ କର୍ମଚାରୀ ରାସ୍ତା ଉପରେ ବାବୁ ଗିରି ଦେଖାଇ ଥିଲେ। ବର୍ଦ୍ଦିଧାରୀ କର୍ମଚାରୀମାନେ ଜଣେ ଯୁବକଙ୍କୁ ବ୍ରିଜରୁ ତଳକୁ ଫିଙ୍ଗିବାକୁ ଉଦ୍ୟମ କରୁଥିଲେ ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ଜନତାଙ୍କ ସେବାରେ ଥିବା ପୁଲିସ ବାବୁ କେଉଁ କାରଣ ପାଇଁ ଯୁବକଙ୍କ ଉପରକୁ ଆକ୍ରମଣ କଲେ ତାହା ତଦନ୍ତ ସାପେକ୍ଷ।

ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ୫୦ରେ ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀ ଜଣକ ଜଣେ ବାଇକ ଚାଳକଙ୍କୁ ଅଟକାଇ ଅଭଦ୍ର ଭାଷା ପ୍ରୟୋଗ କରୁଥିଲେ। ଏହାକୁ ଦେଖି ପାଖରେ ଥିବା କିଛି ଯୁବକ ପାଖକୁ ଆସିବାରୁ ଦୀପକ ନାମକ ଜଣେ ଯୁବକଙ୍କର ମୋବାଇଲ ନଇଁ ଭିତରକୁ ଫିଙ୍ଗି ଦେଇଥିଲେ। ଏହା ଘଟିବା ପରେ ଯୁବକମାନେ ପାଟି ତୁଣ୍ଡ କରିବାରୁ ଏକାଧିକ ଯୁବକ କ୍ଷଣିକ ମାତ୍ରେ ରୁଣ୍ଡ ହୋଇ ପୁଲିସ ବାବୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣା ଦ୍ରୁତଗତିରେ ପ୍ରଚାର ହେବା ପରେ ଦେଓଗାଁ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେ ମାଡ଼ ଖାଉଥିବା ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ଏବେ ଏହାକୁ ନେଇ ଦେଓଗାଁ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ମାଡ଼ ଖାଇଥିବା ବାବୁଙ୍କୁ ଚିକିତ୍ସା ପାଇଁ ଭୀମ ଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe