ନିରାଡ଼ମ୍ବରରେ ସରିଲା ମା’ଙ୍କ ଭସାଣି: ବନମାଳିପୁର ବାଣ ପ୍ରତିଯୋଗିତା ଫିକା ପଡିଲା

Advertisment
ନିରାଡ଼ମ୍ବରରେ ସରିଲା ମା’ଙ୍କ ଭସାଣି: ବନମାଳିପୁର ବାଣ ପ୍ରତିଯୋଗିତା ଫିକା ପଡିଲା

ବାଲିପାଟଣା: ଚଳିତ ବର୍ଷ ଧରା ପୃଷ୍ଠରୁ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କୁ ମେଲାଣି ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଲପାଟଣା ଅଂଚଳର ବନମାଳିପୁର ବାଣ ପ୍ରତିଯୋଗିତା କୋଭିଡ କଟକଣା ଯୋଗୁଁ ଫିକା ପଡିଛି। ଭସାଣି ସମ୍ପୂର୍ଣ୍ଣର୍ ନିରାଡ଼ମ୍ବରରେ ସରିଯାଇଛି।

ବାଲିପାଟଣା ବଜାର ବୁଦ୍ଧନାଥ ବ୍ୟବସାୟୀ ସଙ୍ଘ ଓ କୁଶଭଦ୍ରା ସାଂସ୍କୃତିକ ପରିଷଦ ତରଫରୁ ଦୁର୍ଗା ପୂଜା ଏବଂ ବାଲିକୁଦା ମେଳଣ ପଡ଼ିଆରେ ହରପାର୍ବତୀଙ୍କ ପୂଜା ହୋଇଥିଲା। ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକ ଦର୍ଶନ ଲାଗି ଆସିଥାନ୍ତି । ଅନୁଷ୍ଠାନ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହେଉଥିଲା । କିନ୍ତୁ ଏଥର ଖୁବ କମ ଲୋକରେ ଭସାଣି ଶୋଭାଯାତ୍ରା ହୋଇଥିଲା। କୁଶଭଦ୍ରା ନଦୀ ପଠାର ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା। ସେଥିପାଇଁ ବାଲିପାଟଣା ଶିଶୁମଠ ଗଡା଼ ଏବଂ ବନମାଳିପୁର ବ୍ରିଜ ତଳେ ୨ଟି ଅସ୍ଥାୟୀ ପୋଖରୀ ଖୋଳା ଯାଇଥିଲା। ଶଙ୍ଖ, ଘଣ୍ଟ, ଢୋଲ, ତୁରୀ ନାଦରେ ଶୋଭାଯାତ୍ରା ସିମୀତ ଥିଲା।

ଦିନ ୧୨ ସୁଦ୍ଧା ଭସାଣି ସରିଥିଲା। ବାଣ ପ୍ରତିଯୋଗିତା ସ୍ଥାନୀୟ ଅଞ୍ଚଳରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାଏ। ତେଣୁ ବନମାଳିପୁର ଠାରେ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକ ରୁଣ୍ଡ ହୁଅନ୍ତି। ଲକ୍ଷାଧିକ ଟଙ୍କାର ଭଳିକି ଭଳି ରଙ୍ଗିନ ଆତସବାଜି ବାଣ ଦେଖିବାକୁ ମିଳୁଥିଲା। ହେଲେ ମହାମାରୀ କଟକଣାରେ ଚଳିତ ବର୍ଷ ବାଣ ଫୁଟା ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଥିଲା। ବାଲିପାଟଣା ପୁଲିସ ଏବଂ ପ୍ରଶାସନ ସୁରକ୍ଷା ଯୋଗାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe