ସାଂସଦ ବସନ୍ତ ପଣ୍ଡାଙ୍କ ଆଦର୍ଶ ଗ୍ରାମ ଘୋଷଣା

Advertisment
ସାଂସଦ ବସନ୍ତ ପଣ୍ଡାଙ୍କ ଆଦର୍ଶ ଗ୍ରାମ ଘୋଷଣା

ଖଡ଼ିଆଳ: କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ରବିବାର ନିଜର ଆଦର୍ଶ ସାଂସଦ ଗ୍ରାମ ଘୋଷଣା କରିଛନ୍ତି। ସେ ଆଜି ତୁକୁଲା ଗ୍ରାମ ପଞ୍ଚାୟତ କାର୍ଯ୍ୟଲୟଠାରେ ଆୟୋଜିତ ସଂକଳ୍ପ ବୈଠକରେ ଅଧ୍ୟକ୍ଷତା କରି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଲା ଗାଁକୁ ଆଦର୍ଶ ଘୋଷଣା କରିଛନ୍ତି। ସମାରୋହରେ ସାଂସଦ ଶ୍ରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତୁକୁଲା ସରପଞ୍ଚ ଭଗତ ରାମ ମେହେର, ବ୍ଲକ ଉପାଧ୍ୟକ୍ଷା ନିଲାନ୍ଦ୍ରୀ ମେହେର, ଏପିଡ଼ି ମଧୁଚନ୍ଦା ସାହୁ, ଜିଲ୍ଲା ପଞ୍ଚୟତ ଅଫିସର ବିବେକାନନ୍ଦ ମହାନନ୍ଦ, ଖଡ଼ିଆଳ ବିଡ଼ିଓ ଉତ୍ତମ କୁମାର ବାଗ ପ୍ରମୁଖ ଉପସ୍ଥିତ ଥିଲେ।

ବିଭିନ୍ନ ଲାଇନ ସରକାରୀ କର୍ମଚାରୀ ଯୋଗଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ବିଦୁତିକରଣ, କୃଷି ଓ ମୁଦ୍ରା ଲୋଚନ କ୍ଷେତ୍ରରେ କିଭଳି ତୁକୁଲା ଗାଁ ଲୋକଙ୍କ ସର୍ବଦା ଉନ୍ନତି ଘଟିବ ସେନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଆଗାମୀ ମାର୍ଚ୍ଚ ମାସ ମଧ୍ୟରେ ସୁଖ ଓ ସମୃଦ୍ଧି ଗାଁ ଭାବେ ତୁକୁଲା ଗାଁ ବିକାଶ ଧାରାରେ ଆଗେଇବ ବୋଲି କଳାହାଣ୍ଡି ସାଂସଦ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।

ସାଂସଦ ତୁକୁଲା ଗାଁ କୁ ଆଦର୍ଶ ସାଂସଦ ଗାଁ ଭାବେ ଘୋଷଣା କରିବା ସହ ତୁକୁଲା ଗାଁର ସର୍ବାଙ୍ଗୀନ ବିକାଶର ନେତୃତ୍ୱ ନେଇଥିବାରୁ ଗ୍ରାମବାସୀମାନେ ଖୁସି ହୋଇଛନ୍ତ। ଆଦର୍ଶ ଗାଁ ସଭାପତି ଭାବେ ପିତାମ୍ବର ଦାଶ, ତଥା ତୁକୁଲା ଗାଁ ମଧୁସୂଦନ ଦାସ, ପରେଶ କୁମାର ଦାସ, ଘାସିରାମ ଜଗତ, ଭବନ ଲାଲ ଥେନାପତି, ଗୁଲାବ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe