ସହିଦ ଉମାକାନ୍ତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ସହିଦ ଉମାକାନ୍ତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଲଇକେରା: ଦେଶ ମାତୃକାର ସେବାରେ ଯୋଗ ଦେଇ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାଠାରେ ଲ୍ୟାଣ୍ଡମାଇନ୍‌ସ ବିସ୍ଫୋରଣରେ ୪ ଅପ୍ରେଲ ୨୦୧୦ରେ ସହିଦ ହୋଇଥିବା ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ରାମଛିପିଡିହି ଗ୍ରାମର ଉମାକାନ୍ତ ନାଏକ ପ୍ରତିମୂର୍ତ୍ତି ମଙ୍ଗଳବାର ଉନ୍ମୋଚିତ ହୋଇଯାଇଛି। ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବର୍ଗତ ନାଏକଙ୍କ ଏକ ପଥର ପ୍ରତିମୂର୍ତ୍ତି ରାମଛିପିଡ଼ିହି ଗାଁ ମୁଣ୍ଡରେ ସ୍ଥାପନ କରାଯାଇଛି।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହାର ଉନ୍ମୋଚନ କରିଥିଲେ। ଏହି ଅବସରରେ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଜିଲ୍ଲାପାଳ ସରୋଜ ସାମଲ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ପଟେଲ, ବ୍ଲକ ଅଧ୍ୟକ୍ଷା ରୋଜାଲିନ ପଟେଲ, କିର୍ମିରା ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ ପ୍ରମୁଖ ଯୋଗ  ଦେଇଥିଲେ। ସହିଦଙ୍କ ପିତା ପ୍ରଫୁଲ୍ଲ ନାଏକ ଓ ମା’ ସ୍ନେହଲତାଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

publive-image

କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଲଇକେରା ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀଙ୍କ ନେତୃତ୍ବରେ ପୁଲିସ ପ୍ରଶାସନ, ବିଡ଼ିଓ ଶଙ୍କର କେର୍କେଟା, ତହସିଲଦାର ତପନଦେବ ଚକ୍ରବର୍ତ୍ତୀ, ଖୁନ୍ତାମାଲ ସମିତି ସଭ୍ୟା ସୁକାନ୍ତି ଜୟପୁରିଆ, ସାହାସପୁର ସମିତି ସଭ୍ୟ ସୁଶାନ୍ତ ନାଏକ, ସରପଞ୍ଚ ରଣାଙ୍କ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବ୍ଲକ ଓ ତହସିଲ ପ୍ରଶାସନ, ସ୍ଥାନୀୟ ଜନପ୍ରତିନିଧି, ଗ୍ରାମବାସୀ, ଯୁବଗୋଷ୍ଠୀ ସହଯୋଗ କରିଥିଲେ। ମନ୍ତ୍ରୀ ଶ୍ରୀ ଦାସ  ଆଗାମୀ ଦିନରେ ପ୍ରତିମୂର୍ତ୍ତି ଉପରେ ଛାଉଣି କରାଯିବ ବୋଲି କହିଛନ୍ତି। ଶେଷରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପଟେଲ ଧନ୍ୟବାଦ ଦେଇଥିଲେ। ସାରଙ୍ଗଲୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ପ୍ରଧାନ ଶିକ୍ଷକ ତଥା ‘ସମ୍ବାଦ ସାହିତ୍ୟଘର’ ସଭାପତି ପଣ୍ଡିତ ତ୍ରୈଲୋକ୍ୟନାଥ ମହାପାତ୍ର ସଭା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe