ନିୟମ ନମାନିଲେ ଗଞ୍ଜାମରେ ସ୍ଥିତି ପୁଣି ଭୟାବହ ହେବ: ଜିଲ୍ଲାପାଳ

Advertisment

ଗଞ୍ଜାମରେ ଏଯାବତ୍ ୧୧ ଲକ୍ଷ ୮୬, ୫୭୫ ଜଣ ପାଇଛନ୍ତି ପ୍ରଥମ ଡୋଜ୍ ଟିକା

ଗଞ୍ଜାମରେ ଏଯାବତ୍ ୧୧ ଲକ୍ଷ ୮୬, ୫୭୫ ଜଣ ପାଇଛନ୍ତି ପ୍ରଥମ ଡୋଜ୍ ଟିକା

ନିୟମ ନମାନିଲେ ଗଞ୍ଜାମରେ ସ୍ଥିତି ପୁଣି ଭୟାବହ ହେବ: ଜିଲ୍ଲାପାଳ

Photo: India Whispers

ଛତ୍ରପୁର : 'କରୋନା କଟକଣା କୋହଳ ହୋଇଯିବା ପରେ ସରକାରଙ୍କ ଗାଇଡଲାଇନ୍ ଓ ନିୟମକୁ ଜନସାଧାରଣ ପାଳନ କରୁ ନଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସିଛି। ସଂକ୍ରମଣ ସଂଖ୍ୟା କମିଥିଲେ ବି, ଏହି ମହାମାରୀର ମୂଳୋତ୍ପାଟନ ହୋଇପାରୁନି। ଜିଲ୍ଲାବାସୀ ଠିକ୍ ଭାବେ ନିୟମ ନମାନିଲେ ପୁଣି ସ୍ଥିତି ଭୟାବହ ହେବାର ଆଶଙ୍କା ରହିଛି। ଏଣୁ ଜିଲ୍ଲାବାସୀ ନିଜେ ଯେମିତି ସଚେତନ ହେବେ ଏବଂ ସମସ୍ତ ନିୟମ ଯେଭଳି ଠିକ୍ ଭାବେ ପାଳନ ହେବ, ଏଦିଗରେ ସମସ୍ତେ ଉଦ୍ୟମ କରିବା ଦରକାର' ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଆଜି ଭିଡିଓ କନଫେରନ୍ସିଂ ଯୋଗେ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା ବେଳେ ଟିକାକରଣ ଲକ୍ଷ୍ୟ ଶତ ପ୍ରତିଶତ ହାସଲ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଟିକାକରଣ କେନ୍ଦ୍ର ଗୁଡ଼ିକରେ ସଠିକ୍ ବ୍ୟବସ୍ଥା କରିବା ଏବଂ ସମସ୍ତ ବିଡିଓ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଟିକାକରଣ ସମ୍ପର୍କିତ ସୂଚନା ସୋସିଆଲ୍ ମିଡ଼ିଆରେ ଦେବାକୁ ପରାମର୍ଶ ଦେଇଥିଲେ।

ଗଞ୍ଜାମ ଜିଲ୍ଲାରେ ୨୬ ଲକ୍ଷ ୩୮,୧୩୪ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଯାବତ୍ ୧୧ ଲକ୍ଷ ୮୬, ୫୭୫ ଜଣଙ୍କୁ ପ୍ରଥମ ଏବଂ ୨,୪୧,୪୩୧ ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ପ୍ରଦାନ ହୋଇଛି। ଯାହାକି ଶତକଡ଼ା ୪୫ ପ୍ରତିଶତ ବୋଲି ସୂଚନା ମିଳିଛି। ସେହିପରି ଜିଲ୍ଲାର ସମସ୍ତ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକର ରୂପରେଖ ବଦଳାଇ ତାହାକୁ ଆକର୍ଷଣୀୟ କରି ଗଢ଼ି ତୋଳିବା ଦିଗରେ କରାଯାଉଥିବା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe