The Constructor
ରସୁଲପୁର: ପ୍ରବଳ ଖରା ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଇଟାଭାଟି ଲଗାଇବା ଦ୍ବାରା ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ୁଛି। ତେଣୁ ସାଧାରଣ ଲୋକଙ୍କ ଅଭିଯୋଗ କ୍ରମେ ଆଜି ରସୁଲପୁର ତହସିଲଦାର ଚଢ଼ଉ କରି ରାଜେନ୍ଦ୍ରପୁର ଗ୍ରାମରେ ନିଆଁ ଲାଗିଥିବା ୪ଟି ଇଟାଭାଟିକୁ ଦମକଳ ବାହିନୀ ସହାୟତାରେ ଲିଭାଇ ଦେଇଛନ୍ତି।
ବ୍ରାହ୍ମଣୀ ବନ୍ଧ ପାର୍ଶ୍ବରେ ଏହି ଗ୍ରାମରେ ପ୍ରାୟତଃ ସବୁ ସମୟରେ ବ୍ୟବସାୟ ଉଦ୍ଦେଶ୍ୟରେ ମାଟି ଇଟା ପ୍ରସ୍ତୁତ କରାଯାଇ ଭାଟି ଲଗାଯାଇଥାଏ। ଖରାଦିନେ ଇଟାଭାଟି ତାପ ଓ ଧୂଆଁରେ ସାଧାରଣ ଲୋକ ଖୁବ୍ ହଇରାଣ ହୋଇଥାନ୍ତି। ଆଜି ଅପରାହ୍ଣରେ ତହସିଲଦାର ନିରଞ୍ଜନ ସାହୁ, ବାରବାଟୀ ରାଜସ୍ବ ନୀରିକ୍ଷକ, କୁଆଖିଆ ପୁଲିସ ଅଧିକାରୀ ଉପସ୍ଥିତ ରହି ପାଣି ପକାଇ ଜଳୁଥିବା ଇଟାଭାଟି ଗୁଡିକୁ ଲିଭାଇ ଦେଇଥିଲ।
Follow Us