ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କାରବାର

Advertisment
ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କାରବାର

Sambad

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କାରବାର। କିଛି ଦିନ ପୂର୍ବରୁ ବନ୍ତ ଛକରେ ବ୍ରାଉନ୍ ସୁଗାର ଓ ଆସ୍କା ଫୋର୍ଟ ମଦ ଜବତ ହୋଇଥିଲା। ହେଲେ ଗତକାଲି ଗଂଜେଇ ଚାଲାଣ କାରବାରରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଭଦ୍ରକ ଗ୍ରାମାଂଚଳ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ ଏକ ଗଂଜେଇ ଭର୍ତ୍ତି ଗାଡି ଗଂଜାମରୁ ଭଦ୍ରକ ଆସୁଥିବା ପୁଲିସକୁ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା। ଖବର ଅନୁଯାୟୀ ଗତକାଲି ରାତିରେ ଏକ ଧଳା ରଙ୍ଗର ସୁଜୁକି ସ୍ୱିଫ୍ଟ ଗାଡିକୁ ଗ୍ରାମାଂଚଳ ପୁଲିସ ତନଖି ପାଇଁ ଚରମ୍ପା କେନାଲ୍ ରୋଡ ନିକଟରେ ଅଟକାଇଥିଲା। ଗାଡିଟି ଗଂଜାମରୁ ଭଦ୍ରକ ଆସିଥିବା ଜାଣିପାରି ପୁଲିସ ଯାଂଚ କରିଥିଲା।

publive-image Sambad

ଖୋଳତାଡରେ ପୁଲିସକୁ ଗାଡିରୁ ମିଳିଥିଲା ୧୦ କି.ଗ୍ରା ଗଂଜେଇ, ଗୋଟିଏ ଖଣ୍ଡା, ତିନୋଟି ଛୁରା, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ମୋବାଇଲ ଓ କିଛି ଆପତ୍ତିଜନକ ସାମଗ୍ରୀ। ମିଳିଥିବା ଗଂଜେଇ, ଗାଡି ଓ ହତିଆରକୁ ପୁଲିସ ଜବତ କରିବା ସହ ସଂପୃକ୍ତ ୪ ଅଭିଯୁକ୍ତ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ହେଲେ ଗାଡିର ଡ୍ରାଇଭର ସଦିଶିବ ଭୋଳ(କଟକ), ଗୁଣ୍ଡା ଓରଫ ଲକ୍ଷ୍ମୀଧର ସେଠୀ (ଭଦ୍ରକ), ଆଲୋକ ସାମଲ (ଭଦ୍ରକ) ଓ ଲିଟୁ ଓରଫ ମାନସ ମହାନ୍ତି (ଭଦ୍ରକ)। ତେବେ ଖାସ କରି ଲକ୍ଷ୍ମୀଧର ସେଠୀ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ଥିବାବେଳେ ଏକ ଟ୍ରିପଲ୍ ମର୍ଡର୍ କେସ୍‌ରେ ସେ ବେଲରେ ମୁକୁଳିଥିବା ଜଣାପଡିଛି। ସମସ୍ତ ଅଭିଯୁକ୍ତଙ୍କୁ ଭଦ୍ରକ ଗ୍ରାମାଂଚଳ ପୁଲିସ କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଅଭିଯୁକ୍ତଙ୍କୁ ଗଂଜେଇ ଯୋଗାଉଥିବା ମାଷ୍ଟର ମାଇଣ୍ଡକୁ ଧରିବା ଲାଗି ଆରମ୍ଭ ହୋଇସାରିଛି ସର୍ଚ୍ଚ ମିଶନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe