ନୂଆ ତରିକାରେ ଚାଲାଣ: ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଂଜେଇ, ଅଟୋ ଜବତ

Advertisment
ନୂଆ ତରିକାରେ ଚାଲାଣ: ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଂଜେଇ, ଅଟୋ ଜବତ

Sambad

ଜୟପୁର: ଗଂଜେଇ ଚାଲାଣ କାରୀ ମାନେ ପୁଲିସ ଆଖିରେ ଧୁଳି ଦେଇ ଚାଳାଣ କରିବା ପାଇଁ ଥରକୁ ଥର ନୂଆ ନୂଆ ତାରିକା ଆପଣାଉଛନ୍ତି। ଏରକ ଯାତ୍ରୀ ପରିବହନ କରୁଥିବା ଅଟୋରେ ଚାଳାଣ କରୁଥିବା ଦେଖିବାକୁ ମିଳିଛି। କୌଣସି ଏକ ସୂତ୍ରରୁ ଖବର ପାଇ ଗତ କାଲି ରାତି ସାଢ଼େ ଗୋଟାଏ ବେଳେ ବୈପାରୀଗୁଡ଼ାରୁ ଜୟପୁର ପଟକୁ ଏକ ଅଟୋରେ ଗଂଜେଇ ଆସୁଥିବା ସୂଚନା ପାଇ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର, ସବଇନିସପେକ୍ଟର ପିକେ ମହାନ୍ତି ପାତ୍ରପୁଟ ନିକଟ ବ୍ରିଜ୍ ନିକଟରେ ଛପି ରହିଥିଲେ। ନୂଆ ତାରିକାରେ ଆସୁଥିବା ଅଟୋ ଜୟପୁର ସଦର ପୁଲିସ ହାବୁଢ଼ରେ ପଡ଼ିଯାଇଥିଲେ।

publive-image Sambad

ତେବେ ଆଟୋ(ଓଡି-୧୦ଆର-୦୭୫୫)କୁ ଛାଡି ଅନ୍ଧାରର ସୁଯୋଗରେ ଚାଳକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ତେବେ ପୁଲିସ ଯାଂଚ ବେଳେ ଅଟୋରେ ଗଂଜେଇ ଥିବା ଦେଖିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଂଜେଇ ଓଜନ କରିବାରେ ୧୮୩ କିଲୋ ରହିଥିଲା। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୯ଲକ୍ଷ ୧୫ହଜାର ହେବ ବୋଲି ସଦରଥାନା ଅଧିକାରୀ ଶ୍ରୀ ମହାକୁର କହିଛନ୍ତି। ଅଟୋର ପଂଜୀକରଣ ନଂ ଯାଂଚ କରିବାରେ ଅଟୋଟି ବୈପାରୀଗୁଡା ଥାନାର ବୀରଖମ୍ବ ଅଂଚଳର ଅର୍ଜୁନ ବିଷୋୟୀଙ୍କ ନାଁରେ ପଂଜୀକୃତ ରହିଥିବା ପୁଲିସ ଜାଣିବାକୁ ପାଇଛି। ଏହାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe