୩୫ ଲିଟର ଚୋରା ଦେଶୀମଦ ଓ ସ୍କୁଟି ଜବତ, ଜଣେ ଗିରଫ

Advertisment
୩୫ ଲିଟର ଚୋରା ଦେଶୀମଦ ଓ ସ୍କୁଟି ଜବତ, ଜଣେ ଗିରଫ

Sambad

ବିରିଡ଼ି: ବିରିଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ପଡୋଶୀ କଟକ ଜିଲ୍ଲାରୁ ମଧ୍ୟ ବିରିଡ଼ି ଅଞ୍ଚଳକୁ ପ୍ରତ୍ୟେକ ଦିନ ଚୋରା ଦେଶୀ ଓ ବିଦେଶୀ ମଦ ବିପୁଳ ପରିମାଣରେ ଆସୁଥିବା ଅଭିଯୋଗ ହେଉଛି। ଜଗତସିଂହପୁର ଅବକାରୀ ବିଭାଗ ଏନେଇ ଚୁପ ବସିଥିବାବେଳେ ଗତକାଲି ବିରିଡ଼ି ପୁଲିସ କୌଶଳ କ୍ରମେ ଚୋରାମଦ କାରବାରେ ସମ୍ପୃକ୍ତ ଜଗତସିଂହପୁର ଥାନା ଅଧୀନ ଚାନ୍ଦଗଡ କଣ୍ଟାପାଟଣା ଗ୍ରାମର ଯୋଗେନ୍ଦ୍ର ଖୁଣ୍ଟିଆଙ୍କ ପୁତ୍ର ଜଗନ୍ନାଥ ଓରଫ୍‌ ଟିକିନା (୩୦)କୁ ଗିରଫ କରିବା ସହ ୩୫ ଲିଟର ଆସ୍କାଫର୍ଟି (୧୭୫ ବୋତଲ) ସହ ମଦ କାରବାରରେ ବ୍ୟବହୃତ ଏକ ଧଳା ହୋଣ୍ତା ଆଭିଏଟର ନଂ–ଓଡ଼ି୨୧ସି୬୮୬୫ କୁ ଜବତ କରିଛି।

ଏ ସଂକ୍ରାନ୍ତରେ ଥାନା କେସ ନଂ ୫/୨୧ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ପୁଲିସ ଆଜି କୋର୍ଟଚାଲାଣ କରିଛି। ସେ କଟକ ବିରିବାଟୀରୁ କନ୍ଦରପୁର ରାସ୍ତା ଦେଇ ଏକ ଧଳା ହୋଣ୍ତା ଆଭିଏଟର ଗାଡିରେ ଏହି ମଦ ନେଇ ୨୨ ମୌଜା ଯାଉଥିଲା। ପୂର୍ବରୁ ସୂଚନା ପାଇ ବିରିଡ଼ି ଥାନା ସବଇନ୍ସପେକ୍ଟର ଜୀବନ ଲାକ୍ରା ସଦଳବଳ ବଗୁଲା ଛକରେ ଜଗି ରହି ଚୋରା ମଦ ବେପାରୀ ଟିକିନାକୁ ଗିରଫ କରିଥିଲେ। କୌତୁହଳର ବିଷୟ ହେଲା ପୂର୍ବରୁ ଚୋରାମଦ କାରବାରରେ ସେହି ହୋଣ୍ତା ଆଭିଏଟର ଗାଡି ଜବତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe