ବେଆଇନ ବନ୍ଧୁକ ଜବତ, ଯୁବକ ଗିରଫ

Advertisment
ବେଆଇନ ବନ୍ଧୁକ ଜବତ, ଯୁବକ ଗିରଫ

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରୁ ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଆଜି ଜଣେ ଯୁବକକୁ ବାରକୋଟ ଥାନା ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଅକ୍ଷରଶିଳାଗ୍ରାମର ପୁଲସ୍ତି ଧୀବର(୩୪) । ଅଭିଯୁକ୍ତଙ୍କ ନିକଟରୁ ୨ଟି ବନ୍ଧୁକ ଜବତ କରିଛି ପୁଲିସ । ମିଳିଥିବା ସୂଚନା ଅନୁଯାୟୀ, ଅକ୍ଷରଶିଳା ଗ୍ରାମର ପୁଲସ୍ତି ନିଜ ଘରେ ବେଆଇନ ବନ୍ଧୁକ ରଖିଥିବା ନେଇ ପୁଲିସ ବିଶେଷ ସୁତରୁ ସୂଚନା ପାଇଥିଲା। ସୂଚନା ପାଇବା ପରେ ବାରକୋଟ ଥାନା ପୁଲିସ ପୁଲସ୍ତିର ଘରେ ଚଢଉ କରିବା ସହିତ ଦୁଇଟି ଦେଶୀ ବନ୍ଧୁକ ଜବତ କରିଥିଲା। ବାରକୋଟ ଥାନା ପୁଲିସ ଉକ୍ତ ଦୁଇ ବନ୍ଧୁକର କାଗଜ ପତ୍ର ମାଗିବାରୁ ସେ କୌଣସି ସ୍ବୀକୃତି ପ୍ରାପ୍ତ କାଗଜ ପତ୍ର ଦେଖାଇପାରିଲାନ।ହିଁ । ସେ ଉକ୍ତ ବନ୍ଧୁକ ଦୁଇଟି ଜନ୍ତୁ ଶିକାର ପାଇଁ ରଖିଥିଲା, ତେଣୁ ତା ପାଖରୁ ଉକ୍ତ ବନ୍ଧୁକ ଦୁଇଟିକୁ ଜବତ କରାଯିବା ସହିତ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରମୋଦ ରଥ ସୂଚନା ଦେଇଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ, ଡିଏସପି(ଡିଆଇବି) ପ୍ରଦୀପ କେରକେଟା ଓ ବାରକୋଟ ଥାନାଧିକାରୀ କନକ ମାଝୀ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe