ଚଣ୍ଡିଖୋଲ: ଆଜି ଦୁଇଟି ବେଆଇନ ମାଙ୍କଡ଼ା ପଥର ଖାଦାନରେ ଦର୍ପଣ ତହସିଲ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସୂଚନା ମୁତାବକ, ବଡ଼ଚଣାର ପଶ୍ଚିମାଞ୍ଚଳରେ ଦୀର୍ଘ ବର୍ଷ ହେଲା ବେଆଇନ ମାଙ୍କଡ଼ା ଖାଦାନ କରାଯାଇ ମାଫିଆମାନେ ପଥର କାଟି ବାହାର ଅଞ୍ଚଳକୁ ଚାଲାଣ କରି ଆସୁଛନ୍ତି। ଏବେ ସେହିସବୁ ଖାଦାନ ଉପରେ ତହସିଲଦାର ନିରଞ୍ଜନ ଗୁରୁ ଚଢ଼ଉ କରି ଖାଦାନ ବନ୍ଦ କରିବା ସହିତ ସେଠାରେ ୧୪୪ ଧାରା ଜାରି କରିଛନ୍ତି। ପଶ୍ଚିମାଞ୍ଚଳରେ ବେଆଇନ ମାଙ୍କଡ଼ା କଟାଯାଇ ରାତିରେ ବାହାର ଅଞ୍ଚଳକୁ ଚାଲାଣ କରାଯାଇଥାଏ।
ଆଜି ଅପରାହ୍ଣରେ ସମିଆଁ ପଞ୍ଚାୟତ କେନ୍ଦୁଆଗଡ଼ିଆ ରାଇଝର ଖାତା ନମ୍ବର ୧୦୫ ଓ ପ୍ଲଟ୍ ନମ୍ବର ୪୯୯ ଓ ଏହି ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁରଖାତା ନମ୍ବର ୧୦୦୨ ଓ ପ୍ଲଟ୍ ନମ୍ବର ୭୭/୪୩୮୧ ରେ ୧୪୪ ଧାରା ଜାରି କରାଯାଇଛି। ତହସିଲଦାର ଶ୍ରୀ ଗୁରୁଙ୍କ ନେତୃତ୍ୱରେ ବୈରୀ ଥାନା ପୁଲିସ ଓ ସମିଆଁ ଆରଆଇ ମଧୁସୂଦନ ହାଇବ୍ରୁ, ବଡ଼ଚଣା ଆରଆଇ ମାଧବାନନ୍ଦ ଆଇଚ ଓ ବାଲିଚନ୍ଦ୍ରପୁର ଆରଆଇ ପାଗାରୀ ଗିଲୁଆ ପ୍ରମୁଖ ଦୁଇଟି ଖାଦାନରେ ନାଲି ପତାକା ମାରିଥିଲେ।
Follow Us