ଚିଲିକା ଅଞ୍ଚଳରେ ପାଞ୍ଚ ଏକର ଘେରି ଉଚ୍ଛେଦ

Advertisment
ଚିଲିକା ଅଞ୍ଚଳରେ ପାଞ୍ଚ ଏକର ଘେରି ଉଚ୍ଛେଦ

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ଚାଲିଛି ବେଆଇନ ଘେରି ଉଛେଦ। ଉଛେଦ କାର୍ଯ୍ୟରେ ଟାଙ୍ଗୀ ତହସିଲ ପ୍ରଶାସନ ଓ ଟାଙ୍ଗୀ ପୁଲିସ ନିୟୋଜିତ ରହିଥିଲେ। ଚିଲିକା କୂଳରୁ ୧୦୦ ମିଟର ପର୍ଯ୍ୟନ୍ତ ଉଛେଦ ହେବ ଘେରି ଶହଶହ ଏକର ବେଆଇନ ଘେରି କରିଛନ୍ତି ଲୋକେ। ବେଆଇନ ଘେରିରେ ମାଛ ଚାଷ ହୋଇଛି। ଚିଲିକାର ମଙ୍ଗଳଯୋଡି ମୌଜାରେ ଘେରି ଉଛେଦ ଆରମ୍ଭ ହୋଇଛି। ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ବିଦେଶାଗତ ପକ୍ଷୀମାନେ ୧୨ ନଈ ୧୩ ଦେଶ ଆକାଶ ପଥ ଅତିକ୍ରମ କରି ଶୀତ ଦିନେ ଉଡି ଆସିଥାନ୍ତି ଚିଲିକା ହ୍ରଦକୁ। ଏଠାରେ ପକ୍ଷୀ ମାନଙ୍କ କଳରଵରେ ମୁଖରିତ ହୋଇଥାଏ। ଫଳରେ ଚିଲିକାର ସୌନ୍ଦର୍ଯ୍ୟ ହୋଇଥାଏ ବହୁ ଗୁଣିତ। ତେବେ ଚିଲିକା କୂଳରେ ଥିଵା ଗହୀର ଜମି ଗୁଡିକୁ କେତେକ ଲୋକ ଅକ୍ତିଆର କରି ବେଆଇନ ଘେରି କରି ମାଛ ଚାଷ କରୁଛନ୍ତି। ତେଣୁ ଚିଲିକାର ନଷ୍ଟ ହେଉଛି ଜୈବ ବୈବିଧତା।

publive-image Sambad

ଏହାକୁ ବିଚାରକୁ ନେଇ ଚିଲିକାର ସୌନ୍ଦର୍ଯ୍ୟକୁ ଫେରାଇ ଆଣିଵା ପାଇଁ ରାଜ୍ୟ ସରକାର ନେଇଛନ୍ତି ଦୃଢ ପଦକ୍ଷେପ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଚିଲିକା କୂଳ ଠାରୁ ୧୦୦ ମିଟର ପର୍ଯ୍ୟନ୍ତ ଘେରି ଉଛେଦ କରିଵା ପାଇଁ ଦେଇଛନ୍ତି ନିର୍ଦେଶ। ସରକାରଙ୍କ ନିର୍ଦେଶ ପରେ ଆକ୍ସନ ମୋଡକୁ ଆସିଛି ଟାଙ୍ଗୀ ତହସିଲ ପ୍ରଶାସନ। ଗତକାଲି ଠାରୁ ଆରମ୍ଭ ହୋଇଛି ଘେରି ଉଛେଦ ଅଭିଯାନ। ଟାଙ୍ଗୀ ତହସିଲ ଅନ୍ତର୍ଗତ ମଙ୍ଗଳଯୋଡି ମୌଜାରେ ଚିଲିକା କୂଳେରେ ଚାଲିଛି ଘେରି ଉଛେଦ କାର୍ଯ୍ୟ। ଘଟଣାସ୍ଥଳରେ ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ପୁଲିସ ଫୋର୍ସ ସହ ସାମିଲ ଅଛନ୍ତି। ଆଜି ୫ ଏକରରୁ ଅଧିକ ଘେରି ଉଛେଦ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe