ବନବିଭାଗ, ଭିଜିଲାନ୍ସ ଓ ପୁଲିସ ଟିମର ମିଳିତ ଚଢ଼ଉ; ୧ ଲକ୍ଷ ୧୦ହଜାର ଟଙ୍କାର କାଠ ଜବତ

Advertisment

ଲକ୍ଷାଧିକ ଟଙ୍କାର କାଠ ଜବତ

ଲକ୍ଷାଧିକ ଟଙ୍କାର କାଠ ଜବତ

ବନବିଭାଗ, ଭିଜିଲାନ୍ସ ଓ ପୁଲିସ ଟିମର ମିଳିତ ଚଢ଼ଉ; ୧ ଲକ୍ଷ ୧୦ହଜାର ଟଙ୍କାର କାଠ ଜବତ

Sambad

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବନାଞ୍ଚଳ ଅଧୀନସ୍ତ ଧଉଡାପଲା ଗ୍ରାମରେ ଭିଜିଲାନ୍ସ, ବନବିଭାଗ ଓ ପୁଲିସ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ ହୋଇଛି। ଶୁକ୍ରବାର ଦିନ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଅଧିକାରୀ ସୁରେନ୍ଦ୍ରନାଥ ପାଣିଗ୍ରାହୀ, ସୁବାସ ଚନ୍ଦ୍ର ଖୁଣ୍ଟିଆ, ପ୍ରଭୁଦତ୍ତ ମିଶ୍ର, ବୋରିଗୁମ୍ମା ବନାଞ୍ଚଳ ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକ କୋଟପଡ଼ା ବନାଞ୍ଚଳ ଅଧିକାରୀ ଲିସ୍ମିତା କର ପ୍ରମୁଖ ସାମିଲ ହୋଇ ଆଜି ଦୁଇଟି ସ୍ଥାନରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ କରିଛନ୍ତି। ଧଉଡାପଲା ଗ୍ରାମର ଦାଶ ହରିଜନଙ୍କ ଠାରୁ ୧ ଲକ୍ଷ ୫୦ ହଜାର ଟଙ୍କାର କାଠ, ସମ୍ବାରୁ ହରିଜନଙ୍କ ଠାରୁ ୧ ଲକ୍ଷ ୧୦ହଜାର ଟଙ୍କାର କାଠ ଜବତ ହୋଇଛି। ଶାଳ, ଟିକ ଓ ସାଗୁଆନ ଭଳି ମୋଟ୍‌ ୧୦୪ ଉଞ୍ଚ କାଠ ଜବତ ହୋଇଛି।

publive-image Sambad

ଯାହାର ବଜାର ମୂଲ୍ୟ ୨ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ସୂଚନା ଦେଇଛି ବନ ବିଭାଗ। ତେବେ ଦୁଇଜଣ ବ୍ୟକ୍ତି ଚମ୍ପଟ ମାରିଥିବା ବେଳେ ଉଭୟଙ୍କ ନାମରେ ଦୁଇଟି ମାମଲା ରୁଜୁ ହୋଇଛି ଅତିଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛି ଭିଜିଲାନ୍ସ ସୁରେନ୍ଦ୍ର ନାଥ ପାଣିଗ୍ରାହୀ। ସେପଟେ ସମସ୍ତ ଜବତ କାଠକୁ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ମାପ ଚୁପ କରି ବୋରିଗୁମ୍ମା ବନାଞ୍ଚଳ କାର୍ଯ୍ୟାଳୟରେ ରଖାଯାଇଥିବା କହିଛନ୍ତି ବୋରିଗୁମ୍ମା ବନାଞ୍ଚଳ ଅଧିକାରୀ ଦିଲ୍ଲୀପ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe