ଡ୍ରାଇଭର୍ ସଂଘ ଆନ୍ଦୋଳନର ପ୍ରଭାବ: ମିଳୁନି ପେଟ୍ରୋଲ୍-ଡିଜେଲ୍

ଜିଦରେ ଅଟଳ ଡ୍ରାଇଭର ସଂଘ । ଚତୁର୍ଥ ଦିନରେ ପହଞ୍ଚିଲା ଡ୍ରାଇଭର୍ ସଂଘ ଆନ୍ଦୋଳନ । ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଚାଳକଙ୍କ ଉପରେ । ଝରିଗାଁ ବ୍ଲକରେ ମିଳୁନି ପେଟ୍ରୋଲ୍-ଡିଜେଲ୍ ଟ୍ୟାଙ୍କର । 

Jharigaon

Photograph: (Sambad.in)

ଝରିଗାଁ: ଜିଦରେ ଅଟଳ ଡ୍ରାଇଭର ସଂଘ। ଚତୁର୍ଥ ଦିନରେ ପହଞ୍ଚିଲା ଡ୍ରାଇଭର୍ ସଂଘ ଆନ୍ଦୋଳନ। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଚାଳକଙ୍କ ଉପରେ। ଝରିଗାଁ ବ୍ଲକରେ ମିଳୁନି ପେଟ୍ରୋଲ୍-ଡିଜେଲ୍ ଟ୍ୟାଙ୍କର। 

ଡ୍ରାଇଭର ସଂଘ ଆନ୍ଦୋଳନ ଗତ ୮ ତାରିଖ ଦିନ ଠାରୁ ଥିବା ଯୋଗୁଁ ଝରିଗାଁରେ ପହଞ୍ଚି ପାରୁନାହିଁ ପେଟ୍ରୋଲ୍-ଡିଜେଲ୍ ଟ୍ୟାଙ୍କର। ଫଳରେ ପେଟ୍ରୋଲ୍ ଟାଙ୍କିରେ ତେଲ ଅଭାବ ଦେଖାଦେଇଛି। ଝରିଗାଁ ବ୍ଲକ ସଦର ମହକୁମାଠାରେ ତିନିଟି ପେଟ୍ରୋଲ୍ ପମ୍ପ ଥିବାବେଳେ ଦୁଇଟି ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ୍ ଶେଷ ହୋଇ ଯାଇଥିବା ସୂଚନା ମିଳିଛି। 

ସୁଚନା ଅନୁଯାୟୀ, ଆଜିକୁ ପ୍ରାୟ ଚାରିଦିନ ଧରି ଡ୍ରାଇଭର ସଂଘ ଆନ୍ଦୋଳନରେ ଥିବା ଯୋଗୁଁ ଝରିଗାଁରେ ପହଞ୍ଚି ପାରୁନାହିଁ ପେଟ୍ରୋଲ୍-ଡିଜେଲ୍ ଟ୍ୟାଙ୍କର । ଫଳରେ ପେଟ୍ରୋଲ୍ ଟାଙ୍କିରେ ତେଲ ଅଭାବ ଦେଖାଦେଇଛି। ଝରିଗାଁ ବ୍ଲକ ସଦର ମହକୁମାଠାରେ ତିନିଟି ପେଟ୍ରୋଲ୍ ପମ୍ପ ଥିବାବେଳେ ଦୁଇଟି ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ୍ ଶେଷ ହୋଇ ଯାଇଥିବା ସୂଚନା ମିଳିଛି । 

ସେହିପରି ଯାହା ଡିଜେଲ୍ ମହଜୁଦ ରହିଛି ଆଜିକାଲି ମଧ୍ୟରେ ଶେଷ ହୋଇଯିବ ବୋଲି ଜଣାପଡ଼ିଛି। ସେମାନେ କହିଛନ୍ତି, ପାରାଦୀପ ଓ ଝାରସୁଗୁଡ଼ାରୁ ପେଟ୍ରୋଲ୍-ଡିଜେଲ୍ ଟ୍ୟାଙ୍କର ଗାଡ଼ି ବାହାରିଛି। କିନ୍ତୁ ଆନ୍ଦୋଳନରତ ଡ୍ରାଇଭରମାନେ ଗାଡ଼ି ଛାଡ଼ୁ ନଥିବାରୁ ଅଧାବାଟରେ ଟ୍ୟାଙ୍କରଗୁଡ଼ିକ ଛିଡ଼ା ହୋଇଛି ବୋଲି ମାଲିକମାନେ କହିଛନ୍ତି।

ଯଦି ପେଟ୍ରୋଲ୍-ଡିଜେଲ୍ ଟ୍ୟାଙ୍କର ଗାଡ଼ି ଆଜି ସୁଦ୍ଧା ନ ଆସିବ ତେବେ ଆସନ୍ତାକାଲି ପେଟ୍ରୋଲ୍-ଡିଜେଲର ଅଭାବ ଦେଖାଦେବ। କିଛିଦିନ ହେବ ଝରିଗାଁ ବ୍ଲକରେ ଚାଷ କାମ ଆରମ୍ଭ ହୋଇଥିବା ବେଳେ ଯଦି ଡିଜେଲ୍ ଅଭାବ ହୁଏ ତେବେ ଚାଷ କାମରେ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ତେଣୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

ଯଦି ପେଟ୍ରୋଲ୍-ଡିଜେଲ୍ ଟ୍ୟାଙ୍କର ଗାଡ଼ି ଆଜି ସୁଦ୍ଧା ନ ଆସିବ ତେବେ ଆସନ୍ତାକାଲି ପେଟ୍ରୋଲ୍-ଡିଜେଲର ଅଭାବ ଦେଖାଦେବ। କିଛିଦିନ ହେବ ଝରିଗାଁ ବ୍ଲକରେ ଚାଷ କାମ ଆରମ୍ଭ ହୋଇଥିବା ବେଳେ ଯଦି ଡିଜେଲ୍ ଅଭାବ ହୁଏ ତେବେ ଚାଷ କାମରେ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ତେଣୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe