୭୦ ହଜାର ଟଙ୍କାର ଚୋରା ଗଞ୍ଜେଇ ଜବତ, ଜଣେ ଗିରଫ

୭୦ ହଜାର ଟଙ୍କାର ଚୋରା ଗଞ୍ଜେଇ ଜବତ, ଜଣେ ଗିରଫ

ବାରିପଦା: ଆଜି ବାରିପଦା ଟାଉନ ଥାନା ପୁଲିସ୍ ପକ୍ଷରୁ ୯କେଜିରୁ ଅଧିକ ଚୋରା ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୭୦ହଜାରରୁ ଅଧିକ ହେବା ନେଇ ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଏସ୍ଆଇ ରଞ୍ଜନ କୁମାର ବେହେରା ଆଜି ଅନ୍ୟ ପୁଲିସ୍ କର୍ମଚାରୀଙ୍କ ସହ ସହରରେ ପାଟ୍ରୋଲିଂ କରୁଥିବା ସମୟରେ କୁଳିଅଣା ଥାନା ସାନପଳଶା ଗ୍ରାମର ଶ୍ୟାମସୁନ୍ଦର ମଢ଼ୁଆଳ(୨୬) ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ଭିତରେ କିଛି ଧରି ଆସୁଥିବାବେଳେ ତା’ର ସନ୍ଦେହାତ୍ମକ ହାବଭାବ ଦେଖି ପୁଲିସ୍ ତାକୁ ଅଟକେଇଥିଲା। ଉକ୍ତ ବ୍ୟକ୍ତିର ବ୍ୟାଗ୍ ଚେକ୍ କଲାପରେ ଏଥିରୁ ଗଞ୍ଜେଇ ବାହାରିଥିଲା।

ଏନେଇ ପୁଲିସ୍ ଏସ୍ଆଇ ଶ୍ରୀ ବେହେରା ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତିଙ୍କୁ ସୂଚନା ଦେବା ସହିତ କ୍ଷମତାପ୍ରାପ୍ତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶ୍ୟାମସୁନ୍ଦର ନିକଟରେ ଥିବା ପ୍ଲାଷ୍ଟିକ୍ ବ୍ୟାଗ୍ରୁ ଗଞ୍ଜେଇ ପ୍ୟାକେଟ୍ ବାହାରିଥିଲା। ଓଜନ ପରେ ଏହା ୯.୪୦୦ କିଲୋଗ୍ରାମ ଓ ବ୍ୟାଗକୁ ବାଦ ଦେଇ କେବଳ ଗଞ୍ଜେଇର ଓଜନ ୯.୩୫୦ କିଲୋଗ୍ରାମ ରହିଥିଲା । ଏଥି ସହିତ ଉକ୍ତ ଗଞ୍ଜେଇକୁ ବାଙ୍ଗିରିପୋଷି ଥାନା ବୁଢ଼ାମରା ଅଞ୍ଚଳରୁ ଆଣିଥିବା ବିଷୟରେ ଅଭିଯୁକ୍ତ ପୁଲିସକୁ ସୂଚନା ଦେଇଥିଲା । ଏହାପରେ ବାରିପଦା ଟାଉନ ଥାନାରେ ୨୦(ବି) (୨) ଏନଡିପିଏସ୍ ଆକ୍ଟ୍ ଅନୁସାରେ କେସ୍ ନମ୍ବର ୬୪୫/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଶ୍ୟାମସୁନ୍ଦରକୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୮ରେ ବାରିପଦା ପୌରପରିଷଦର ୱାର୍ଡ ନମ୍ବର-୨ ବେଲଗଡ଼ିଆ ସ୍କୁଲ ନିକଟରୁ ୧.୫୩ ଗ୍ରାମର ଚୋରା ଗଞ୍ଜେଇ ଧରାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe