ବହୁ କଲେଜ ପଢୁଆ ଯୁବତୀଙ୍କ ଆଦର୍ଶ ପଦ୍ମିନୀ; ଛୁଟି ଦିନରେ କରନ୍ତି କୁଲି କାମ, ଅନ୍ୟ ଦିନରେ କ୍ଲାସ

Advertisment
ବହୁ କଲେଜ ପଢୁଆ ଯୁବତୀଙ୍କ ଆଦର୍ଶ ପଦ୍ମିନୀ; ଛୁଟି ଦିନରେ କରନ୍ତି କୁଲି କାମ, ଅନ୍ୟ ଦିନରେ କ୍ଲାସ

Sambad

କୋରାପୁଟ: ପାଠ ପଢିବେ, ବଡ ମଣିଷ ହେବେ। ଏହି ଇଚ୍ଛା ଏପରି ଘାରୁଛି ଯେ ମୂଲ କାମ କରି ନିଜକୁ ନିଜେ ଗଢି ତଳୁଛନ୍ତି ଜଣେ ଯୁବତୀ। କୋରାପୁଟ ଜିଲ୍ଲା ମାନବାର ପଞ୍ଚାୟତ ଅନ୍ତର୍ଗତ ମେଣ୍ଢାଗୁଡା ଗାଁର ଏପରି ଜଣେ କଲ‌େଜ ପଢୁଆ ଯୁବତୀ ହେଉଛନ୍ତି ପଦ୍ମିନୀ ବଡ ନାୟକ। ଯେଉଁ ସମୟରେ ତାଙ୍କ ବୟସର କଲେଜ ପଢୁଆ ଝିଅ କୁଟା ଖଣ୍ଡକୁ ଦୁଇ ଖଣ୍ଡ କରନ୍ତିନି। ସେହି ସମୟରେ ୩୯ ଡିଗ୍ରୀ ଖରାରେ ନିଜକୁ ମାଟି ସହ ମାଟି, ବାଲି ସହ ବାଲି ହୋଇ ମୂଲ ଲାଗନ୍ତି। ଯୁକ୍ତତିନିରେ ପାଠ ପଢିମଧ୍ୟ କେବେ ମୂଲ କାମ କରିବାକୁ ଶଙ୍କୋଚ ମଧ୍ୟ କରନ୍ତିନି। ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିବାକୁ ବାଧ୍ୟ ହୋଇଛି ଗରିବୀ। ସପ୍ତାହରେ ଦୁଇ ଦିନ କୂଲି କାମ ଅନ୍ୟ ୫ ଦିନ କ୍ଲାସ। ଅଭାବ ଓ ଅନାଟନ ଆଣି ଏପରି ସ୍ଥିତି ଆଣି ଦେଇଛି ଯେ ନିଜ ଗୋଡରେ ନିଜ‌େ ଠିଆ ହେବାକୁ ବାଧ୍ୟ ହୋଇଥିଲେ ପଦ୍ମିନୀ।

publive-image Sambad

ତିନିବର୍ଷ ତଳେ ମାନବାର ସ୍କୁଲରୁ ୧୦ ଶ୍ରେଣୀ ପରୀକ୍ଷା ଦେଇ ଦ୍ବିତୀୟ ଶ୍ରେଣୀରେ ପାସ ହୋଇଥିଲେ ପଦ୍ମିନୀ। ଏହାପରେ କୋରାପୁଟ ମହିଳା ମହାବିଦ୍ୟାଳୟରେ ଯୁକ୍ତଦୁଇରେ ନାମ ଲେଖାଇଥିଲେ। ସେଠାରୁ ସଫଳତା ସହ ଉତୀନ୍ନ ହୋଇଥିଲେ ମଧ୍ୟ ପାଠ ପଢାରେ ଅନ୍ତରାୟ ସୃଷ୍ଟି କରିଥିଲା ଅର୍ଥ। କରୋନାର କରାଳ କାଳରେ ମଧ୍ୟ ଏକ ବର୍ଷ କାଳ କୁଲି କାମ କରିବାପରେ ପଇସାରେ ଜୁଟାଇଥିଲେ ପଦ୍ମିନୀ। ଏହାପରେ ସୁନାବେଢା ମହିଳା ମହାବିଦ୍ୟାଳୟରେ ଯୁକ୍ତତିନି କଳାରେ ନାମ ଲେଖାଇଥିଲେ। ଏବେ ସପ୍ତାହକ ୭ଦିନରୁ ଦୁଇ ଦିଦନ କୁଲି ଲାଗୁଥିବାବେଳେ ୫ ଦିନ ପାଠ ପଢୁଛନ୍ତି। ଦିନକୁ ୨୦୦ ଟଙ୍କା ରୋଜଗାର କରୁଥିବାବେଳେ ସେଥିରେ ନିଜେ ପଢିବା ଭାଇ ମୋହନ ସହ ୪ ପ୍ରାଣି ପ୍ରାଣୀ ପରିବାରକୁ ଚଳାଉଛନ୍ତି। ଆଗକୁ ପାଠ ପଢି ଓଏଏସ ହେବାକୁ ମନ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe