କାଳବୈଶାଖୀରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା

Advertisment
କାଳବୈଶାଖୀରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା

ତେଲକୋଇ: କାଳବୈଶାଖୀ ପ୍ରଭାବରେ ତେଲକୋଇ ବ୍ଲକ୍‌ ଆକୁଳ ପଞ୍ଚାୟତ ବାଲେଶ୍ଵର ଗ୍ରାମର ବଉଳସାହିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତକାଲି ରାତି ୮ଟାବେଳେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ବଉଳସାହି କିସାନ ବସ୍ତିର ଅର୍ଜୁନା କିସାନ, ସୁଦର୍ଶନ ସାହୁ, ମାୟାଧର କିସାନ, ବୁନ ନାୟକ, ରାହାସ କିସାନ, ଯୁଗଳ ବାରିକ, ଶୁକ୍ରୁ ନାୟକଙ୍କ ଘରର ଛପର ଉଡ଼ିଯାଛି।

ତେଲକୋଇ-ବିମଳା ପୂର୍ତ୍ତ ବିଭାର ରାସ୍ତା ବାଲେଶ୍ଵର ଛକଠାରୁ ବାଲେଶ୍ଵର ଗାଁ ପର୍ଯ୍ୟନ୍ତ ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତାରୁ ଗଛ ହଟାଇ ଥିଲେ। ସେହିପରି ଭୀମକାଣ୍ଡ ଗ୍ରାମ ଜୟପୁର ସାହିର ପଙ୍କଜ ସାହୁଙ୍କ ଘର ଉପରେ ଏକ ବିରାଟ ଗଛ ପଡ଼ିବାରୁ ତାଙ୍କ ଟାଇଲି ଛପର ଘର କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe