ନୀତି ଆୟୋଗର ବରିଷ୍ଠ ସହଯୋଗୀଙ୍କ ସମ୍ବଲପୁର ଗସ୍ତ

ବିଭିନ୍ନ ପ୍ରାଥମିକ ସ୍କୁଲ୍ ବୁଲି ଦେଖିଲେ

ନୀତି ଆୟୋଗର ବରିଷ୍ଠ ସହଯୋଗୀଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: କେନ୍ଦ୍ରୀୟ ନୀତି ଆୟୋଗର ବରିଷ୍ଠ ସହଯୋଗୀ ପୀୟୁଷ ପ୍ରକାଶ ଦିନିକିଆ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ମଙ୍ଗଳବାର ସେ ଖୁଣ୍ଟି ଚକୁଳି ପ୍ରାଥମିକ ବିଦ୍ୟାଳୟ, ବ୍ରୁକ୍‌ସହିଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ବ୍ରଜମୋହନ ପଟ୍ଟନାୟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲୁଥିବା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଦିର ବିଭିନ୍ନ ଦିଗ ଉପରେ ପର୍ଯ୍ୟବେକ୍ଷଣ କରିଥିଲେ। ତା’ସହିତ ଉପରୋକ୍ତ ବିଦ୍ୟାଳୟ ମାନଙ୍କରେ ଥିବା ଅଙ୍ଗନବାଡ଼ିରେ ଚାଲୁଥିବା ବାତ୍ସାଳୟ ଯୋଜନା ସଂପର୍କରେ ଆଲୋଚନା କରିଥିଲେ।

ସେ ଛାତ୍ରଛାତ୍ରୀ, ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ମତ ବିନିମୟ କରିଥିଲେ। ତାଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ମିନାରାଣୀ ମଙ୍ଗଳ, ପ୍ରୋଗ୍ରାମର ରବି ନାରାୟଣ ସାହୁ, ଯୋଜନା ସଂଯୋଜକ ପୁରୁଷୋତ୍ତମ ପ୍ରହରାଜ, ପିରାମଲ ଫାଉଣ୍ଡେସନ୍‌ର ସିଦ୍ଧାନ୍ତ ପଣ୍ଡା, ଖ୍ରିଷ୍ଟୋଫର ଦୀପ, ବିସିଜିର ନିକିତା ଜାୱା ପ୍ରମୁଖ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଚାଲୁଥିବା ଶିକ୍ଷକ ତାଲିମ ଶିବିର ପରିଦର୍ଶନ କରିଥିଲେ। ପରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସମ୍ବଲପୁର ଜିଲ୍ଲା ଶିକ୍ଷା କ୍ଷେତ୍ରରେ କେମିତି ଉତ୍କର୍ଷ ହାସଲ କରିବା ତା’ ଉପରେ ମାର୍ଗ ଦର୍ଶନ କରିଥିଲେ। ବୈଠକରେ ଶିକ୍ଷା ବିଭାଗର ସମସ୍ତ ଅଧିକାରୀ, ପିରାମଲ ଫାଉଣ୍ଡେସନ୍, ବିସିଜି କର୍ମକର୍ତ୍ତାଗଣ ତଥା ସର୍ବଶିକ୍ଷା ଅଭିଯାନର ବିଭିନ୍ନ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଯୋଜନା ‌ସଂଯୋଜକ ପୁରୁଷୋତ୍ତମ ପ୍ରହରାଜ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe