Digital Trends
ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ଅନ୍ତର୍ଗତ ଶନିମନ୍ଦିର ରୋଡ୍ରେ ଜଣେ ମହିଳାଙ୍କର ଏକ ବୁଟିକ୍ ରହିଛି। ଗତକାଲି ୨ ଜଣ ଝିଅ ତାଙ୍କ ଦୋକାନକୁ ଆସି ବ୍ଲାଉଜ୍ ଓ ସ୍କର୍ଟ ଦେଖାଇବାକୁ କହିଥିଲେ। ୧୫ ମିନିଟ୍ ଧରି ସେମାନେ ଜିନିଷ ଦେଖିବା ପରେ ଚତୁରତାର ସହ ମହିଳାଙ୍କ ଆଇଫୋନ୍ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ଏନେଇ ଦୋକାନୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Follow Us