ଆସିକା ବିଧାୟିକାଙ୍କ ଦ୍ୱାରା ଶିଳାନ୍ୟାସ ଓ ଉଦଘାଟନ

ଆସିକା ବିଧାୟିକାଙ୍କ ଦ୍ୱାରା ଶିଳାନ୍ୟାସ ଓ ଉଦଘାଟନ

ଆସିକା: ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ପୌରହିତ୍ୟରେ ଆଜି ଆସିକା ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ବାଣୀବିହାରଠାରେ ୮ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ବରିଷ୍ଠ ନାଗରିକ ଚିତବିନୋଦନ କେନ୍ଦ୍ରର ଶିଳାନ୍ୟାସ ହୋଇଛି। ଏହା ପରେ ସେ ବିଜୁ ପଟନାୟକ ଛକ ନିର୍ମିତ ୧୦ ଟି ଦୋକାନ ଗୃହ ବସଷ୍ଟାଣ୍ଡରେ ସହର ସୌନ୍ଦର୍ଯ୍ୟକରଣର ଏକ ପୋଷ୍ଟ ଓ ହାଟପଦା ଛକରେ ଆମିଷ ବଜ଼ାର ପାଇଁ ଦୋକାନ ଗୃହ ଓ ୩୬ଟି ପିଣ୍ଡିର ଉଦଘାଟନ କରିଥିଲେ।

publive-image

ଏନଏସି ନିର୍ବାହୀ ଅଧିକାରୀ ବିଶ୍ୱରଂଜନ କଂହରଙ୍କ ସଂଯୋଜନାରେ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ତହସିଲଦାର ସଦାନନ୍ଦ ସେଠି, ପୌର ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ଲଷ୍ମୀ ସିଂ ଅତିଥି ରୂପେ ଯୋଗ ଦେଇଥିଲେ। ବିଜେଡି ଜୋନ ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଶିବ ନାହାକ, ଆସିକା ବ୍ଲକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ, ନଗର ବିଜେଡି ସଭାପତି ସତ୍ୟ ନାରାୟଣ ସ୍ୱାଇଁ, ଦୟାନିଧି ମହାନ୍ତି, ଜୟପୁର ସରପଞ୍ଚ ସଞ୍ଜୟ ଜେନା, ପୂର୍ବତନ ବ୍ଲକ ସଭାପତି ସୂର୍ଯ୍ୟ କାନ୍ତ ପରିଡ଼ା, ଆସିକା ବ୍ଲକ କୃଷି ଓ ବୈଷୟିକ ପରାମର୍ଶ କେନ୍ଦ୍ରର ସଭାପତି ଭଗବାନ ପ୍ରଧାନଙ୍କ ସମେତ ବିମଳ ପ୍ରଧାନ, ନିଗମ ରାଉତ ଠିକାଦାର ନିଳାଞ୍ଚଳ ତ୍ରିପାଠୀ, ସୁମନ୍ତ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। କରୋନା କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe