ଦେୱାନି ଜଜ୍ କୋର୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ହାଇକୋର୍ଟ ବିଚାରପତି

ବୀରମହାରାଜପୁରରେ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଦାବି କଲା ଓକିଲ ସଂଘ

ଦେୱାନି ଜଜ୍ କୋର୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ହାଇକୋର୍ଟ ବିଚାରପତି

Sambad

ବୀରମହାରାଜପୁରର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ନୂତନ ବରିଷ୍ଠ ଦେୱାନି ଜଜ୍ କୋର୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ପବିତ୍ର ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଜିଲ୍ଲା ଜଜ୍ ରାଶ୍ମି ମୋହନ ଆଚାର୍ଯ୍ୟଙ୍କ କରକମଳରେ କାନପୁର ଠାରେ ଏହାର ଶିଳାନ୍ୟାସ କରାଯାଇଛି।  ଉଫୁଲା ମାହେଶ୍ୱରୀ ହାଇସ୍କୁଲ ନିକଟରେ ଥିବା ତିନି ଏକର ପରିମିତି ଜମିରେ ଠାରେ ହେବାକୁ ଥିବା ବରିଷ୍ଠ ଦେୱାନି ଅଦାଲତର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ତଥା ବିଲଣ୍ଡିଙ୍ଗ୍ କମିଟି ମୁଖ୍ୟ ବିଚାରପତି ଡ଼ଃ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓ ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ବିଚାରପତି ବିଭୁପ୍ରସାଦ ରାଉତରାୟ ଶୁକ୍ରବାର ଦିନ ୧୦,୩୦ ମିନିଟ୍ ରେ ନୂତନ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାପରେ ସେହି ସ୍ଥାନରେ ଏକ ସାଧାରଣ ବୈଠକରେ ଓକିଲ ସଂଘର ସଭାପତି ବରିଷ୍ଠ ଆଇନଜୀବୀ ରାଧାକାନ୍ତ ମହାକୁଡ଼ଙ୍କ ସ୍ବାଗତ ଭାଷଣ ପ୍ରଦାନ କରି ବୀରମହାରାଜପୁରର ବୀରମାଟି ଓଡ଼ିଶାର ବିଚାରବିଭାଗୀୟ ପ୍ରତି ଅବଦାନ ଉପରେ ସୂଚନା ଦେଇଥିଲେ।

ବିଚାରପତି ତଥା ବିଲଣ୍ଡିଙ୍ଗ୍ କମିଟି ମୁଖ୍ୟ ବିଚାରପତି ଡ଼ଃ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ତାଙ୍କର ବକ୍ତବ୍ୟରେ କହିଥିଲେ ଛୁଆ ଯେତେବେଳେ ପର୍ଯ୍ୟନ୍ତ କାନ୍ଦେ ନାହିଁ ସେତେବେଳେ ପର୍ଯ୍ୟନ୍ତ ମାଁ କ୍ଷୀର ଦେଇନଥାଏ। ଏହା ସହିତ ନୂତନ କୋଠା ପାଇଁ ତିନି ଏକର ଜମି ଦେଇଛନ୍ତି ରାଜ୍ୟ ସରକାର ଆହୁରି ଦୁଇ ଏକର ଜମି ବିଚାର ବିଭାଗ ଯୋଗାଇ ଦେବା ତେଣୁ ଗୋଟିଏ ସ୍ଥାନରେ ସମସ୍ତ କୋର୍ଟ, ଆବାସିକ ଗୃହ ଓ ଟ୍ରାଞ୍ଜିଟ ହାଉସ୍ ଓ ଓକିଲ ସଂଘର କାର୍ଯ୍ୟାଳୟ ଓ ଲାଇବ୍ରେରୀ ମଧ୍ୟ କରାଯିବ ବୋଲି କହିଥିଲେ।

publive-image Sambad

ବୀରମହାରାଜପୁରର ଠାରେ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ହେବା ଆଶା ଉଦ୍‌ଜୀବିତ ହେଲା ବୋଲି କରତାଳି ଦେଇ ଭାଷଣକୁ ସ୍ବାଗତ କରିଥିଲେ ଉପସ୍ଥିତ ଆଇନଜୀବୀ ଓ ବୁଦ୍ଧିଜୀବୀମାନେ। ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଥିବା ପରିଷ୍ଠ ବିଚାରପତି ବିଭୁପ୍ରସାଦ ରାଉତରାୟ ଏହି ମାଟିରେ ଅନେକ ବିଚାରପତି ସୃଷ୍ଟି କରିଛି ଆଗକୁ ମଧ୍ୟ ଆହୁରି ବ୍ୟକ୍ତି ବିଚାରପତି ହୋଇପାରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ରାମପୁର ବିଚାରବିଭାଗୀୟ ଅଧିକାରୀ ଅରୁଣିମା ଦାସ୍ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଓକିଲ ସଂଘର ସମ୍ପାଦକ ଉମାଚରଣ ପଣ୍ଡା।

ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ରେଜିଷ୍ଟ୍ରାର ପଶ୍ଚିମ କବାଟ, ସୁବର୍ଣ୍ଣପୁର ଜିଲ୍ଲାର ଭାରପ୍ରାପ୍ତ ଜିଲ୍ଲା ପାଳ ସୂର୍ଯ୍ୟ ନାରାୟଣ ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ୍ବର କୁମାର ପଣ୍ଡା, ବରିଷ୍ଠ ଦୈୱାନି ଜଜ୍ ଶୁଭଶ୍ରୀ ସରୋଜିନୀ ସାହୁ, ଏସଡିଜେମ୍ ସଂଘ ମାତ୍ରା ବିଶ୍ବାଳ, ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ବିଡ଼ିଓ ମୋତିଲାଲ୍ ସୁଲିଆ, ବିଚାରବିଭାଗୀୟ କର୍ମଚାରୀ। ବହୁ ଆଇନଜୀବୀ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଆଇନଜୀବୀ ପ୍ରଭାତ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe