ଜିଲ୍ଲାସ୍ତରୀୟ ମିସନ ଇନ୍ଦ୍ରଧନୁଷର ଶୁଭାରମ୍ଭ

ଜିଲ୍ଲାସ୍ତରୀୟ ମିସନ ଇନ୍ଦ୍ରଧନୁଷର ଶୁଭାରମ୍ଭ

Sambad

ଖୋର୍ଦ୍ଧା: ପୂର୍ବ ଟୀକାକରଣ ଅଭିଯାନରେ କୌଣସି କାରଣରୁ ଟୀକା ନେଇ ପାରିନଥିବା ଗର୍ଭବତୀ ମହିଳା ଓ ଜନ୍ମରୁ ୫ ବର୍ଷ ଶିଶୁଙ୍କ ନିମନ୍ତେ ସୋମବାର ଠାରୁ ମିସନ ଇନ୍ଦ୍ରଧନୁଷର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ, ଡାକ୍ତର ତାପସ କୁମାର ପାତ୍ର, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଡଃ. ନିହାର ରଞ୍ଜନ ରାୟ, ଡଃ. ଶ୍ରୀପତି ଦାସମହାପାତ୍ର, ଜାତୀୟ ପର୍ଯ୍ୟବେକ୍ଷକ ଡଃ. ଜେ ମେହେଟ୍ଟା, ସ୍ବାସ୍ଥ୍ୟ ବିଭାର ନିର୍ଦ୍ଦେଶକ ଡଃ. ବିଜୟ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ।

ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ଗୁମାନସିଂହ ୨ଜଣ ଶିଶୁଙ୍କୁ ରୁବେଲା ଓ ମିଜେଲସ୍‌ ପ୍ରତିଷେଧକ ଟୀକା ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଡା ପାତ୍ର କହିଥିଲେ ଯେ ରାଜ୍ୟରେ ୩ଟି ପର୍ଯ୍ୟାୟରେ ଏହା କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟ ସେପ୍ଟମ୍ବର ୧୧ରୁ ୧୬, ଦ୍ବିତୀୟ ପର୍ଯ୍ୟାୟ ଅକ୍ଟୋବର ୯ରୁ ୧୪ ଓ ତୃତୀୟ ପର୍ଯ୍ୟାୟ ନଭେମ୍ବର ୬ରୁ ୧୧ ମଧ୍ୟରେ ଅନୁଷ୍ଠିତ ହେବ। ଏହି ଅଭିଯାନରେ ସମସ୍ତ ଗର୍ଭବତୀ ମହିଳା ଓ ୫ ବର୍ଷରୁ ନିମ୍ନ ବୟସର ଶିଶୁଙ୍କ ସଂପୂର୍ଣ୍ଣ ଟୀକାକରଣକୁ ନିଶ୍ଚିତ କରାଯିବ। ଡିପିଏଚ୍‌ସିଓ ପ୍ରସନ୍ନ କୁମାର ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe