ଖୋର୍ଦ୍ଧାରେ କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

Advertisment
ଖୋର୍ଦ୍ଧାରେ କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗର ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାାଳୟ କୋଠାରେ କୃତ୍ରିମ ଅଙ୍ଗ (ଜୟପୁର ଫୁଟ୍‌) ନିର୍ମାଣ କେନ୍ଦ୍ର ଆରମ୍ଭ ହେବ। ଏହାର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ-ମହାବୀର ଜୟପୁର ଫୁଟ୍‌ ସେଣ୍ଟରର ପ୍ରତିଷ୍ଠାତା ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଡଃ. ଡି ଆର୍ ମେହେଟା ଯୋଗ ଦେବେ। ଏନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏସ୍‌ଡ଼ିପିଓ ଦିଲ୍ଲୀପ କୁମାର ଦାସଙ୍କ ତତ୍ୱାବଧାନରେ ଏକ ଟିମ୍ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ଓ ସଭାସ୍ଥଳ ଯାଞ୍ଚ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଅପରାହ୍ନ ୫ଟା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ଠାରେ ପହଞ୍ଚିବେ।

publive-image Sambad

ଏହାସହ ଶ୍ରବଣଯନ୍ତ୍ର, ତିନିଚକିଆ ସାଇକଲ ଆଦି ବଣ୍ଟନ କରାଯିବ। ପ୍ରାୟ ୩୫ ମିନିଟିଆ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ଓ ଅନ୍ୟ ବିଭାଗୀୟ ପଦାଧିକାରୀ ଯୋଗ ଦେବେ। ସୂଚନାଯୋଗ୍ୟ, ୧୯୪୧ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଦୁଇ ବର୍ଷ ପୂର୍ବେ ସ୍କୁଲ ମିଶ୍ରଣ କାର୍ଯ୍ୟକ୍ରମରେ ଗୁରୁଜଙ୍ଗ ଉଚ୍ଚ ବିଦ୍ୟାଳୟ ସହ ସମିଶ୍ରଣ କରାଯାଇଥିଲା। ଏହାପରେ ପ୍ରାୟ ୮ ହଜାର ବର୍ଗଫୁଟ ଅଞ୍ଚଳର ଏହି ବିଦ୍ୟାଳୟ କୋଠାଟି ଅବ୍ୟବହୃତ ହୋଇ ପଡ଼ି ରହିଥିଲା। ୧ ବର୍ଷ ପୂର୍ବେ ଏଠାରେ ଜୟପୁର ଫୁଟ ନିର୍ମାଣ ପାଇଁ ପ୍ରସ୍ତାବ ରାଜ୍ୟ ସରକାର ଅନୁମୋଦନ କରିବା ସହ ଏହାର ନବୀକରଣ ଓ ମରାମତି ପାଇଁ ପ୍ରାୟ ୪୦ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe