୩ବର୍ଷ ପରେ ଲୋକାର୍ପିତ ହେଲା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

Advertisment
୩ବର୍ଷ ପରେ ଲୋକାର୍ପିତ ହେଲା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

Sambad

ଜୟପୁର: ଗତ ୩ବର୍ଷ ହେବ ନିର୍ମାଣ ହୋଇ ସେଭଳି ପଡ଼ି ରହିଥିବା ଜୟପୁର ସହର ରାଜସ୍ବ ନିରୀକ୍ଷକ-୨ଙ୍କ ବାସଭବନ ଓ କାର୍ଯ୍ୟାଳୟ ମଙ୍ଗଳବାର ଲୋକାର୍ପିତ ହୋଇଛି। ପବିତ୍ର ଗଣେଶ ପୂଜାରେ ଆଜି ଏହାର ଲୋକାର୍ପଣ ଉପଜିଲ୍ଲାପାଳ ପ୍ରଭାତକୁମାର ପରିଡ଼ା କରିଥିଲେ। ତହସିଲଦାର ସୁଶ୍ରୀ ସାଗରିକା ଷଡଙ୍ଗୀ, ବରିଷ୍ଠ ପରିଦର୍ଶକ ହରିହର ଶତପଥୀ, ରାଜସ୍ବ ନିରୀକ୍ଷକ, ଉପଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ସଲମାନ ଖରା ପ୍ରମୁଖ ଉପସ୍ଥିତ ଥିଲେ।

ଦୀର୍ଘଦିନ ହେବ ଏହି କୋଠାଟି ଅବ୍ୟବହୃତ ଭାବେ ପଡ଼ି ରହିବା ସହ ଏଠାରେ ଅସାମାଜିକ ମାନଙ୍କ ଆଡ୍ଡା ପାଲଟିଥିଲା। ଏହା ପରିସରରେ ଲତାବୁଧା ଆଦି ଉଠିବା ସହ ବିଶାକ୍ତ ସାପ ଆଦିର ଘର ହୋଇଯାଇଥିଲା। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ମଙ୍ଗଳବାର ପ୍ରଶାସନ ପକ୍ଷରୁ ଲୋକାର୍ପିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe