Sambad
ଖୋର୍ଦ୍ଧା: ରାଜ୍ୟରେ ସଡ଼କ ଦୁର୍ଘଟଣା ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଆଗରେ ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହାୟତାରେ ବିଶ୍ୱାସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଲୋକଙ୍କ ମଧ୍ୟରେ ଟ୍ରାଫିକ ନିୟମ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଏକ ସଚେତନତା ରଥ ଓ ପଥପ୍ରାନ୍ତ ନାଟକର ଆରମ୍ଭ କରାଯାଇଛି। ଆଜି ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଉଦଘାଟନ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଅରବିନ୍ଦ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାର୍ଥ ମୁର୍ମୁ, ଡିଏସ୍ପି ମୀନାକ୍ଷୀ ଠାକୁର, ଡିଏସ୍ପି ସୁଜିତ କୁମାର ପଣ୍ଡା, ମଧୁସୂଦନ ରଥ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମେ ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବାଜପୁର-ଖୋର୍ଦ୍ଧା ରାସ୍ତା କଡ଼ରେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା। ଏହାପରେ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଅତିଥିମାନେ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଖୋର୍ଦ୍ଧା ଗ୍ରାମାଞ୍ଚଳର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଲୋକଙ୍କ ମଧ୍ୟରେ ସଡ଼କରେ ଯାତାୟତ ସମ୍ପର୍କିତ ନିୟମ ସମ୍ପର୍କରେ ସଚେତନତା କରାଇବା କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱାସ ସ୍ୱେଚ୍ଛାସେବୀ ଅନୁଷ୍ଠାନର କ୍ଷୀରୋଦ କୁମାର ଓଝା, ସଂଗ୍ରାମ କୁମାର ସ୍ୱାଇଁ, ବିଷ୍ଣୁପଦ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।
Follow Us