‌‌ବୋଲବମ କାଉଡିଆଙ୍କ ସଂଖ୍ୟା ବଢ଼ିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ମିଳୁନି ସହଯୋଗ

Advertisment
‌‌ବୋଲବମ କାଉଡିଆଙ୍କ ସଂଖ୍ୟା ବଢ଼ିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ମିଳୁନି ସହଯୋଗ

Sambad

ଜୟପୁର: ଆସନ୍ତାକାଳିକୁ ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର। ଏହିଦିନ ରାଜ୍ୟର ପ୍ରମୁଖ ଶୌବପୀଠ ଗୁପ୍ତେଶ୍ବରରେ ଜଳଲାଗି କରିବା ପାଇଁ ‌‌ବୋଲବମ ମାନସିକ ବ୍ରତଧାରୀ କାଉଡିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଭୋର ଚାରି ଟାରୁ ଶତାଧିକ ଶ୍ରଦ୍ଧାଳୁ ବ୍ରତଧାରୀ ମାନେ ପାତ୍ରପୁଟ ବ୍ରିଜର ଉଭୟ ପାର୍ଶ୍ବରେ କୋଲାବ ନଦୀରେ ଓହ୍ଲାଇ ଗାଧେଇବା ସହ ଏଠାରୁ କାଉଡିରେ ପାଣି ଉଠାଇ ପୂଜା ଅର୍ଚ୍ଚନା କରି ଗୁପ୍ତେଶ୍ବର ଅଭିମୁଖେ ଚାଲି ଚାଲି ବାହାରିଥିଲେ। ଏପରିକି ବହୁ ମହିଳା, ଛୋଟ ଛୋଟ ଝିଅ ବି ଗେରୁଆ ବସ୍ତ୍ର ପିନ୍ଧି ଏହି କାଉଡି ଯାତ୍ରାରେ ସାମିଲ ହୋଇଥିଲେ। ବ୍ରିଜ୍ ନିକଟରେ ଦେବୋତ୍ତର ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ସାମାନ୍ୟତମ ଲାଇଟ୍, ବ୍ୟାରିକେଡ୍ କିମ୍ବା ପାଣି କାଉଡି ରଖିବା ପାଇଁ ବି କିଛି ସୁବ୍ୟବସ୍ଥା କରି ନଥିବାରୁ ଭକ୍ତ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯଦିଓ କାଉଡିଆ ମାନଙ୍କୁ ସେବା ଯୋଗାଇବାକୁ ଆସିଥିବା ସ୍ବେଚ୍ଛାସେବୀ ମାନେ ମୋବାଇଲ୍ ଲାଇଟରେ ସବୁ କାମ କରୁଥିବା ଦେଖିବାକୁ ମିଳିଥିଲା।

publive-image Sambad

ଗତ ୨ସପ୍ତାହରେ ଶ୍ରଦ୍ଦାଳୁଙ୍କ ଭୀଡ଼ ଦେଖି ପ୍ରଶାସନ ଓ ଦେ‌ବୋତ୍ତର ବିଭାଗ ପକ୍ଷରୁ ପାତ୍ରପୁଟ ବ୍ରିଜ୍ ନିକଟରେ ଏସବୁ ସୁବିଧା ଉପଲବ୍ଧ କରାଇବା ଆବଶ୍ୟକ ରହିଥିବା ଶ୍ରଦ୍ଧାଳୁ ଭକ୍ତ ମାନେ କହିଛନ୍ତି। ଡକ୍ରିଘାଟି ନିକଟରେ ପ୍ରଶସ୍ତିକରଣ କାମ ଯୋଗୁଁ ଶ୍ରଦ୍ଧାଳୁ ଭକ୍ତ ମାନେ ଅସୁବିଧା ଭୋଗୁଥିବା ସଂପର୍କରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଯଦିଓ ରାସ୍ତାରେ ରଂଗ ମାଟି ପକାଇବା ସହ ରୋଲର ଚଳାଯାଇଛି। ତେବେ ବର୍ଷା ହେଲେ ଏହା ଭକ୍ତ ମାନେ ଚାଳି ଯିବା ପାଇଁ ସମସ୍ୟା ସୃଷ୍ଟି କରି ପାରେ ବୋଲି ବହୁ ଭକ୍ତ କହିଛନ୍ତି। ଅପରପକ୍ଷରେ ବହୁ ବେସରକାର ସଂଗଠନ ଓ ବିଏସଏଫ୍ ପକ୍ଷରୁ ଭକ୍ତଙ୍କୁ ସେବା, ଫଳ, ଅନ୍ନ ପ୍ରସାଦ, ପାନୀୟ ଜଳ, ଔଷଧ ଆଦି ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ତୁରନ୍ତ ପାତ୍ରପୁଟ ବ୍ରିଜ୍ ନିକଟରେ ଭକ୍ତଙ୍କ ମୌଳିକ ଆବଶ୍ୟକତା ପୁରଣ କରୁ ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe