Advertisment

ଅନ୍ତଃଜିଲ୍ଲା ପୁରୁଷ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଯାପିତ

Advertisment
ଅନ୍ତଃଜିଲ୍ଲା ପୁରୁଷ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଯାପିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ ଏବଂ ରାଜ୍ୟ ଭଲିବଲ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଫୁଲବାଣୀ କରୋନେସନ୍ ପଡ଼ିଆରେ ଆୟୋଜିତ ୭୦ତମ ଅନ୍ତଃଜିଲ୍ଲା ପୁରୁଷ ଭଲିବଲ୍‌ ଟୁର୍ନାମେଣ୍ଟ୍ ଆଜି ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍ ମ୍ୟାଚ୍‌ରେ ସମ୍ବଲପୁରକୁ ୩-୦ ସେଟ୍‌ରେ ହରାଇ କିଟ୍‌ ଦଳ ବିଜେତା ଘୋଷିତ ହୋଇଛି। ଉଦ୍‌ଯାପନୀ ସମାରୋହରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ରାଜ୍ୟ ଭଲିବଲ୍‌ ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି କମଳାକାନ୍ତ ପାଣ୍ଡେ ଓ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ଶିବପ୍ରସାଦ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଭୟ ଦଳକୁ ପୁରସ୍କୃତ କରିଥିଲେ। ବିଜେତା କିଟ୍‌ ଦଳକୁ ୩୦ ହଜାର ଟଙ୍କା ନଗଦରାଶି ପୁରସ୍କାର ଓ ଉପବିଜେତା ସମ୍ବଲପୁର ଦଳକୁ ୨୦ ହଜାର ଟଙ୍କା ନଗଦରାଶି ପୁରସ୍କାର ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ଏହି ଟୁର୍ନାମେଣ୍ଟ୍ ଗତ ୪ ଦିନ ଧରି କନ୍ଧମାଳ ଜିଲ୍ଲାର ଫୁଲବାଣୀର କରୋନେସନ ପଡ଼ିଆ, ରାଇକିଆ ଆଥଲେଟିକ ଆସୋସିଏସନ ପଡ଼ିଆ ଏବଂ ବାଲିଗୁଡ଼ାର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଚାଲିଥିଲା। ଏଥିରେ ରାଜ୍ୟରୁ ମୋଟ ୩୧ଟି ଦଳ ଅଂଶଗ୍ରହଣ କରିଥିଲେ। ସେହିଭଳି ବୌଦ୍ଧରେ ଚାଲିଥିବା ମହିଳା ଭଲିବଲ୍ ଟୁର୍ନାମେଣ୍ଟ୍‌ ଫାଇନାଲ୍‌ରେ କିଟ୍‌କୁ ୨-୦ ସେଟ୍‌ରେ ପରାସ୍ତ କରି ଇଷ୍ଟକୋଷ୍ଟ୍ ରେଳବାଇ ଦଳ ବିଜେତା ଘୋଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe