ରାଉରକେଲାରେ ଏପ୍ରିଲରୁ ଆରମ୍ଭ ହେବ ହକି ଷ୍ଟାଡିୟମର ନିର୍ମାଣ କାମ: ମୁଖ୍ୟ ଶାସନ ସଚିବ

Advertisment

ବିପିୟୁଟି କ୍ୟାମ୍ପସ ପରିସରରେ ଚିହ୍ନଟ ହୋଇଥିବା ଜାଗାର ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ

ବିପିୟୁଟି କ୍ୟାମ୍ପସ ପରିସରରେ ଚିହ୍ନଟ ହୋଇଥିବା ଜାଗାର ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ

ରାଉରକେଲାରେ ଏପ୍ରିଲରୁ ଆରମ୍ଭ ହେବ ହକି ଷ୍ଟାଡିୟମର ନିର୍ମାଣ କାମ: ମୁଖ୍ୟ ଶାସନ ସଚିବ

ରାଉରକେଲା : ହକି ଷ୍ଟାଡିୟମ ନିର୍ମାଣ ପୂର୍ବରୁ ବିପିୟୁଟି କ୍ୟାମ୍ପସ ପରିସରରେ ଚିହ୍ନଟ ହୋଇଥିବା ଜାଗାର ସ୍ଥିତି ପରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀ l

ବିପିୟୁଟି କ୍ୟାମ୍ପସ ପରିସରରେ ଚିହ୍ନଟ ହୋଇଥିବା ଜାଗାର ସ୍ଥିତି ପରଖିବା ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ଷ୍ଟାଡିୟମର ନିର୍ମାଣ କାମ ଆସନ୍ତା ଏପ୍ରିଲ ମାସ ଠାରୁ ଆରମ୍ଭ ହେବ। ଏଠାରେ ବଡ଼ ଓ ଭଲ ସ୍ଥାନ ରହିଛି। ଆଜି ଆମେ ସ୍ଥାନର ସମୀକ୍ଷା କରିଛୁ। ନିର୍ଦ୍ଧାରିତ ସମୟ ଅର୍ଥାତ ୨୦୨୩ ପୂର୍ବରୁ ନିର୍ମାଣ କାମ ଶେଷ ହେବ ବୋଲି ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଏହି ସ୍ଥାନଟି ହକି ଷ୍ଟାଡିୟମ ପାଇଁ ଉପଯୁକ୍ତ ଅଛି। ଖେଳାଳିମାନେ କେଉଁଠାରେ ରହିବେ ସେ ସବୁ ଉପରେ ଦୃଷ୍ଟି ଦିଆଯାଇଛି ବୋଲି ମୁଖ୍ୟ ସାଶନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶକ୍ରମେ ସ୍ଥାନ ପରଖିବା ପାଇଁ ଏହି ଟିମ ଆସି ପହଞ୍ଚିଥିଲା। ଭାରତରେ ଏହା ସବୁଠାରୁ ବଡ଼ ହକି ଷ୍ଟାଡିୟମ ହେବାକୁ ଯାଉଛି, ଯେଉଁଠାରେ ୨୦୨୩ ଜାନୁଆରିରେ ହକି ଖେଳ ହେବ। ବିପିୟୁଟି ପରିସରରେ ‌ହେବାକୁଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମ ଉଭୟ ଖେଳାଳି ଓ ଦର୍ଶକଙ୍କୁ ଯେପରି ବିଶ୍ବ ସ୍ତରୀୟ ଅନୁଭୂତି ପ୍ରଦନ କରି ପାରିବ ତାକୁ ଦୃଷ୍ଟିରେ ରଖି ଏହାର ଡିଜାଇନ ପ୍ରସ୍ତୁତି କରାଯାଉଛି। ବିଶ୍ବର ଅତ୍ୟାଧୁନିକ ଏବଂ ସମନ୍ବିତ ହକି ଷ୍ଟାଡିୟମ ଭାବେ ଏହାକୁ ଗଢିବାକୁ ଲକ୍ଷ୍ୟ ରଖାଯାଇଛି। ଏଥି ସହିତ ମୁଖ୍ୟ ପିଚ ସହ ଫ୍ଲଡ ଲାଇଟ, ଅଭ୍ୟାସ ପିଚ, ଜିମ ହାଇଡ୍ରୋ ଥେରାପି, ମିଡିଆ କେନ୍ଦ୍ର, ବେତାର କେନ୍ଦ୍ର ସହିତ ପାକିଂ ଏବଂ ଦର୍ଶକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe