ନଭେମ୍ବର ୨ରେ ଛତ୍ରପୁର, ହିଞ୍ଜିଳିକାଟୁ ଇନ୍‌ଡ଼ୋର୍ ‌ଷ୍ଟାଡ଼ିୟମ୍‌ ଉଦ୍‌ଘାଟନ, କ୍ରୀଡ଼ା ନିର୍ଦ୍ଦେଶକଙ୍କ ତଦାରଖ  

Advertisment
ନଭେମ୍ବର ୨ରେ ଛତ୍ରପୁର, ହିଞ୍ଜିଳିକାଟୁ ଇନ୍‌ଡ଼ୋର୍ ‌ଷ୍ଟାଡ଼ିୟମ୍‌ ଉଦ୍‌ଘାଟନ, କ୍ରୀଡ଼ା ନିର୍ଦ୍ଦେଶକଙ୍କ ତଦାରଖ  

ଛତ୍ରପୁର/ହିଞ୍ଜିଳିକାଟୁ: ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆର୍.ଭିନୀଲ କ୍ରିଷ୍ଣା ଆଜି ଛତ୍ରପୁର ଓ ହିଞ୍ଜିଳିକାଟୁରେ ନିର୍ମଣାଧୀନ ଇନଡ଼ୋର୍ ଷ୍ଟାଡ଼ିୟମ୍ କାମ ତଦାରଖ କରିଛନ୍ତି। ଆସନ୍ତା ମାସ ୨ ତାରିଖରେ ଉଭୟ ଷ୍ଟାଡ଼ିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଯୋଗେ ଉଦ୍‌ଘାଟନ କରିବେ।

ଏହି ପରିପ୍ରେକ୍ଷୀରେ ଶ୍ରୀ କ୍ରିଷ୍ଣା ୧୧ କୋଟି ଅନୁଦାନରେ ହିଞ୍ଜିଳି ଠାରେ ନିର୍ମିତ ଇନଡ଼ୋର୍ ଷ୍ଟାଡ଼ିୟମ୍ ଓ ୨.୦୫ କୋଟି ଅନୁଦାନରେ ନିର୍ମିତ ଛତ୍ରପୁର ଇନ‌ଡ଼ୋର୍ ଷ୍ଟାଡ଼ିୟମକୁ ପରିଦର୍ଶନ କରି ବାକି ରହିଥିବା କାମକୁ ୨୯ ତାରିଖ ସୁଦ୍ଧା ସମ୍ପନ୍ନ କରିବାକୁ ପୁର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ୨.୨୬ କୋଟି ଅନୁଦାନରେ ନିର୍ମାଣଧୀନ ବ୍ରହ୍ମପୁର ଇ‌ନଡ଼ୋର୍ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି।

ସେହିପରି ଛତ୍ରପୁର ସର୍କିଟ ଗୃହ ପରିସରରେ ଥିବା ସୁଇମିଂ ପୁଲ୍କୁ ମଧ୍ୟ ପରିଦର୍ଶନ କରି ସେଠାରେ ଏକ ଜିମ୍ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ.ସିଦ୍ଧେଶ୍ବର ବଳିରାମ ବନ୍ଦାର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଟି.ଲୋକେଶ, ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରା, ହିଞ୍ଜିଳି ବିଡିଓ ପ୍ରସନ୍ନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ.ମନୋରଞ୍ଜନ ସାହୁ ଓ ତହସିଲଦାର ଡ଼.ଜନ୍ମେଜୟ ସାହୁଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe