କୁକୁର ଦଳ ଆକ୍ରମଣରେ ୫ ବର୍ଷର ଶିଶୁ ମୃତ

Advertisment
କୁକୁର ଦଳ ଆକ୍ରମଣରେ ୫ ବର୍ଷର ଶିଶୁ ମୃତ

ବୈପାରିଗୁଡା: ରକ୍ତ ମୁଖା ବୁଲା କୁକୁର ଦଳଙ୍କ ଆକ୍ରମଣରେ ପାଞ୍ଚ ବର୍ଷର ନିରୀହ ଶିଶୁର ଜୀବନ ଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର କୁସୁମଗୁଡା ଗ୍ରାମରେ। ଘଟଣା ଅନୁଯାୟୀ କୁସୁମଗୁଡା ଗ୍ରାମର ସାଧୁ ପରଜାଙ୍କ ଦୁଇ ପୁଅ ଗାଁ ନିକଟରେ ବହି ଯାଇଥିବା କୁର୍ଲୁ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ବଡ଼ ଭାଇ ପାଣିରେ ପଶି ଗାଧୋଉଥିବା ବେଳେ ସାନଭାଇ ପଦ୍ମନ (୫) କୂଳରେ ଠିଆ ହୋଇଥିଲା।

ଏହି ସମୟରେ ସାତଟି କୁକୁର ହଠାତ୍ ସେଠାରେ ପହଞ୍ଚିଯାଇ ପଦ୍ମନକୁ ଆକ୍ରମଣ କରିଥିଲେ। ସାତଟି ଯାକ କୁକୁର ମିଳିତ ଭାବେ ପଦ୍ମନକୁ ନିର୍ମମ ଭାବେ ଝୁଣି ପକାଇଥିଲେ। ସେ ପ୍ରାଣ ବିକଳରେ ଚିତ୍କାର କରିବାକୁ ଲାଗିଥିଲା। ତେବେ ଦୁର୍ଭାଗ୍ୟ ଏହି ଯେ ବଡ଼ଭାଇ ବଧିର ହୋଇଥିବାରୁ ସାନଭାଇର କରୁଣ ଚିତ୍କାର ଶୁଣି ପାରି ନଥିଲା। ସେହି ସମୟରେ ଜଣେ ବୃଦ୍ଧା ସେହି ରାସ୍ତା ଦେଇ ଯାଉଥିଲେ। ସେ  ପଦ୍ମନକୁ ବଞ୍ଚେଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତେବେ ବଡ଼ଭାଇ ବହୁତ ବିଳମ୍ବରେ ଜାଣିପାରିବା ପରେ କୂଳକୁ ଦୈାଡି ଆସିଥିଲା। ସେତେବେଳକୁ ପଦ୍ମନ ଆଉ ଜୀବନରେ ନଥିଲା।

କୁକୁରଦଳ ପଦ୍ମନର ସମଗ୍ର ଶରୀର କ୍ଷତବିକ୍ଷତ କରିବା ସହ ତଣ୍ଟି କଣା କରିଦେଇଥିଲେ। ଭାଇର ମୃତ ଦେହକୁ ବୋହି ପ୍ରାୟ ଏକ କିଲୋମିଟର ଦୂର ନିଜ ଘରକୁ ଆସି ଘଟଣା ସମ୍ପର୍କରେ ବାପା ମାଆକୁ ଜଣାଇଥିଲା। ତେବେ ଏଭଳି ଦାରୁଣ ଘଟଣା ସମ୍ପର୍କରେ ଜାଣି ଗ୍ରାମବାସୀ ସ୍ତବ୍ଧ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe